Only for Entertainment

ହଲିଉଡ ଫିଲ୍ମ ଆୱାର୍ଡସରେ ବାଜି ମାରିଲା ‘ଆଭେଞ୍ଜର୍ସ ଏଣ୍ଡଗେମ’ ! ସବୁଠାରୁ ବଡ ଫିଲ୍ମ ଭାବେ ହେବ ସମ୍ମାନୀତ

google
20

ମାର୍ବଲ ଷ୍ଟୁଡିଓର ବ୍ଲକବଷ୍ଟର ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡଗେମ’କୁ ଆଗାମୀ ୨୩ ତମ ହଲିଉଡ ଫିଲ୍ମ ଆୱାର୍ଡସରେ ହଲିଉଡ ବ୍ଲକବଷ୍ଟର ଆୱାର୍ଡର ବିଜେତା ଘୋଷଣା କରାଯାଇଛି । ଏହାର ଘୋଷଣା ମଙ୍ଗଳବାର କରାଯାଇଛି । ଏହି ମଲ୍ଟିଷ୍ଟାରର ଆକ୍ସନ ଡ୍ରାମା ଫିଲ୍ମକୁ ସିନେମା ଇତିହାସର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ଶ୍ରେଣୀରେ ଏହି ପୁରସ୍କାର ଦିଆଯିବ ।
ମାର୍ବଲ ଷ୍ଟୁଡିଓର ଅଧ୍ୟକ୍ଷ କେବିନ ଫାଇଗୀ ଏବଂ ପ୍ରଡକ୍ସନର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଭିକ୍ଟୋରିଆ ଅଲୋଂସୋ ଏହି ପୁରସ୍କାରକୁ ସ୍ୱିକାର କରିବେ । ଏହି ବର୍ଷ ହଲିଉଡ କ୍ୟାରିଅର ଆଚଭମେଣ୍ଟ ଆୱାର୍ଡ ପାଇଁ ଅଭିନେତ୍ରୀ ଶର୍ଲୀଜ ଥେରାନଙ୍କୁ ଚୟନ କରାଯାଇଛି ।

ଚଳିତ ବର୍ଷ ସମାରୋହରେ ତାଙ୍କ ବ୍ୟତିତ ଅଲ ପଚୀନୋ, ଏଣ୍ଟୋନିଆ ବ୍ୟାଣ୍ଡେରାଜ ଆଦି କଳାକାରଙ୍କୁ ବିଭିନ୍ନ ପୁରସ୍କାରରେ ସମ୍ମାନୀତ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More