Only for Entertainment

ପ୍ରଥମ ଦିନରେ ଏତେ ଇନକମ କରିପାରେ ଆଭେଂଜର୍ସ, କରିବ ଏହି ରେକର୍ଡ଼ ।

aajtak
0 63

ଇନଫିନିଟ ବାର ଶୁକ୍ରବାରକୁ ରିଲିଜ ହୋଇ ସାରିଛି । ଏହି ଫିଲ୍ମକୁ ନେଇ ଲୋକଙ୍କର ଖୁବ ଆଶା ରହିଛି । ଟ୍ରେଣ୍ଡ ଆନାଲିଷ୍ଟ ରମେଶ ବାଲାଙ୍କ କହିବା ଅନୁସାରେ ଏହି ଫିଲ୍ମ ଭାରତରେ ପ୍ରଥମ ଦିନ ସବୁଠାରୁ ଅଧିକ ରୋଜଗାର କରିବା ଫିଲ୍ମ ହେବ । ଏହି ଫିଲ୍ମ ଭାରତରେ ୩୦ କୋଟି ରୋଜଗାର କରିପାରେ । ସେ ଟ୍ୱିଟ କରି କହିଛନ୍ତିଯେ ତାମିଲନାଡୁର ଆଇମାକ୍ସ ସ୍କ୍ରିନରେ ଫିଲ୍ମର ଟିକେଟ କିଛି ମିନିଟ ମଧ୍ୟରେ ବିକ୍ରି ହୋଇଗଲା । ନନ ଆଇମାକ୍ସ ଥ୍ରିଡି ଟିକଟ ମଧ୍ୟ ଅଧିକ ବିକ୍ରି ହୋଇଛି ।

ଟ୍ରେଣ୍ଡ ଆନାଲିଷ୍ଟ ଗିରିଶ ଜୌହରଙ୍କ କହିବା ଅନୁସାରେ ଏହି ପିଲ୍ମ ଭାରତରେ ୨୦୧୮ର ସବୁଠାରୁ ବଡ଼ ଓପନିଙ୍ଗ ଫିଲ୍ମ ହେବ । ଆଭେଂଜର୍ସ ଇନଫିନିଟ ମଧ୍ୟ ସାରା ଦୁନିଆରେ ଖୁବ ଧୁମ ମଚାଇଥିଲା ।

ଫିଲ୍ମ ପାଇଁ ନୋଏଡ଼ାରେ ଟକକେଟର ଦାମ ୫୦୦ରୁ ୧୦୦୦ ଟଙ୍କା ରହିଛି । ଏହିଭଳି ବାହାୁବଳୀ କନକ୍ଲୁଜନ ଟିକେଟ ମଧ୍ୟ ବିକ୍ରି କରାଯାଉଥିଲା । ମୁମ୍ବାଇ ଏବଂ ବାଙ୍ଗାଲୁରୁର ମଧ୍ୟ ଟିକେଟର ଦାମ ୭୦୦ରୁ ୮୦୦ ରହିଛି । ସେଠାରେ ମଧ୍ୟ ୱକେଣ୍ଡ ଶୋ ଫୁଲ ହୋଇଯାଇଛି । ଚଣ୍ଡିଗଡ଼ ଏବଂ ହାଇଦରାବାଦରେ ଟିକେଟର ଦାମ କମ ରହିଛି । ଚେନ୍ନାଇରେ ୧୦୦ରୁ ୭୦ ଟଙ୍କା ମଧ୍ୟରେ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More