Only for Entertainment

କଦଳୀ ଚୋପାକୁ କିପରି କରିବେ ବ୍ୟବହାର, ଜାଣି ରଖନ୍ତୁ କିଛି ଟିପ୍ସ

Rodale's Organic Life
0 104

କଂଚା କଦଳୀକୁ ତରକାରୀ ରୂପରେ ବ୍ୟବହାର କରାଯାଉଥିବା ବେଳେ ପାଚିଲା କଦଳୀ ଠାକୁର ପୂଜାରେ ଲାଗିଥାଏ । ପାଚିଲା କଦଳୀ ଖାଇବାକୁ ମଧ୍ୟ ବେଶ ସୁଆଦିଆ । ପାଚିଲା କଦଳୀ ଖାଇସାରିବା ପରେ ଆମେ ଏହାର ଚୋପାକୁ ଫିଙ୍ଗି ଦେଇଥାଉ, କିନ୍ତୁ ଆପଣ ଜାଣିଛନ୍ତି କି ଏହାର ଚୋପା ମଧ୍ୟ ବହୁ ଉପେଯାଗୀ ।

  • ଶୀତ ଦିନେ ଗୋଡ ଫାଟୁଥିଲେ ଫଟା ସ୍ଥାନରେ କଦଳୀ ଚୋପାକୁ କିଛି ଦିନ ନିୟମିତ ଘଷିବା ଫଳରେ ଉପଷମ ମିଳିଥାଏ ।
  • ଦାନ୍ତ ହଳଦିଆ ପଡିଥିଲେ ପାଚିଲା କଦଳୀ ଚୋପାକୁ ଦାନ୍ତରେ ଘଷି ସଫା ପାଣିରେ କୁଳି କରିଦିଅନ୍ତୁ । ଏଥିରେ ଗଚ୍ଛିତ ବ୍ଲିଚିଂ ସାଇଟ୍ରିକ ଏସିଡ କିଛି ଦିନ ମଧ୍ୟରେ ହଳଦିଆ ଦାନ୍ତକୁ ଧଳା କରିଦିଏ ।
  • ମଶା କାମୁଡିବା ଫଳରେ କୁଣ୍ଡାଇ ହୋଇ ଦାଗ ହୋଇଥିଲେ ସେହି ସ୍ଥାନରେ କଦଳୀ ଚୋପା ରଗଡି ଦଅନ୍ତୁ । କୁଣ୍ଡାଇ ହେବା ବନ୍ଦ ହୋଇଯିବ ଓ ଦାଗ ଚାଲିଯିବ ।
  • ଶରୀରର କୌଣସି ସ୍ଥାନରେ ଆଘାତ ଲାଗି ନୀଳ ପଡିଥିଲେ କଦଳୀ ଚୋପାକୁ ଘଷି ଦିଅନ୍ତୁ ଉପଷମ ମିଳିବ ।
  • ଦାନ୍ତ ମୂଳରେ ଯନ୍ତ୍ରଣା ହେଉଥିଲେ କଦଳୀ ଚୋପାକୁ ଘଷି ଦିଅନ୍ତୁ ଖୁବ ଶୀଘ୍ର ଠିକ ହୋଇଯିବ ।
  • ଖେଳିବା ସମୟରେ ହାତ ପାପୁଲିରେ କ୍ରିକେଟ ବଲ ବାଜି ହାତ କଳା ପଡିଯାଇଥିଲେ । କଦଳୀ ଚୋପା ବ୍ୟବହାର କରନ୍ତୁ କଳାଦାଗ ଚାଲିଯିବ ।
  • ଚମଡାର କୌଣସି ଜିନିଷକୁ ସଫା କରିବାକୁ ଚାହୁଁଥିଲେ କଦଳୀ ଚୋପା ଘଷି ଦିଅନ୍ତୁ ସଫା ହୋଇଯିବ ।
  • ଯେଉଁ ଗଛରେ ପୋକ ଲାଗିଥାଏ କଦଳୀ ଚୋପା ସେହି ଗଛ ମୂଳରେ ପକାନ୍ତୁ । ଏହାର ବାସ୍ନାରେ ପୋକ ଚାଲିଯିବ ।
  • ମୁହଁରେ ବ୍ରଣ ହୋଇଥିଲେ ମହୁ ସହିତ କଦଳୀକୁ କଦଳୀ ଚୋପାରେ ରଖି ମାଲିସ୍ କରିବା ଫଳରେ କିଛି ଦିନ ଭିତରେ ବ୍ରଣ ଭଲ ହୋଇଯିବ ।
  • ଜୋତାକୁ ପଲିସିଂ କରିବା ପାଇଁ କଦଳୀ ଚୋପା ବ୍ୟବହାର କରନ୍ତୁ । ଏହା ଶୁ ପଲିସ ପରି କାମ କରିବ ।
  • ଗୋଲାପ ଗଛ ଲଗାଉଥିଲେ ପ୍ରଥମେ ମାଟିରେ କଦଳୀ ଚୋପା ଖଣ୍ଡ ଖଣ୍ଡ କରି ପକାଇ ଦିଅନ୍ତୁ । ଏଥିରେ ଗଚ୍ଛିତ ମ୍ୟାଗ୍ନେସିୟମ, କ୍ୟାଲସିୟମ ଓ ପୋଟାସିୟମ ଗୋଲାପ ଗଛକୁ ଭଲ ଭାବେ ବଢିବାରେ ସାହାଯ୍ୟ କରିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More