ଔଷଧିୟ ଗୁଣରେ ଭରପୁର ଅମୃତଭଣ୍ଡା ଜୁସ୍, ଜାଣନ୍ତୁ କ’ଣ ରହିଛି ଫାଇଦା
ନାମ ହିଁ ସୂଚାଏ ଅମୃତଭଣ୍ଡାରେ ଭରି ରହିଛି ଅନେକ ଉପକାରୀ ତତ୍ତ୍ୱ। ଏହାର ମଞ୍ଜି ଓ ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକାରକ । ଅମୃତଭଣ୍ଡାରେ ନ୍ୟୁଟ୍ରିଏଣ୍ଟସ୍, ଭିଟାମିନ୍ ଏ, ସି, କେ, ନିୟାସିନ, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ପ୍ରୋଟିନ୍ ଓ ଫାଇବର ରହିଛି । ଯକୃତ ବା ଲିଭରକୁ ସଫା ରଖିଥାଏ ଏବଂ ହଜମ କ୍ରିୟା ମଧ୍ୟ ଭଲ ଭାବରେ ହୋଇଥାଏ । ଅମୃତଭଣ୍ଡାର ଜୁସ୍ ପିଇଲେ କ’ଣ କ’ଣ ଲାଭ ହୁଏ ଆସନ୍ତୁ ଜାଣିବା।
ଡେଙ୍ଗୁ ଜ୍ୱର ହୋଇଥିଲେ ଡାକ୍ତର ଅମୃତଭଣ୍ଡା ପତ୍ରର ଜୁସ୍ ପିଇବାକୁ ପରାମର୍ଶ ଦେଇଥାଆନ୍ତି । ଏହାର ପତ୍ରରେ ପାଁପେନ ଏନ୍ଜାଇମ୍ ଥାଏ , ଯାହାକି ବ୍ଲଡ୍ କଣିକା ବୃଦ୍ଧି କରିବାରେ ସହାୟକ କରିଥାଏ । ଏହି ଜୁସ୍ ପିଇବା ଦ୍ୱାରା ଭାଇରାଲ୍ ଇମ୍ଫେକ୍ସନ ଭଲ ହୋଇଥାଏ । ଏହା ହ୍ଵାଇଟ୍ ବ୍ଲଡ ସେଲ୍ସ ଏବଂ ପ୍ଲେଟଲେଟସ୍ କୁ ବଢେଇଥାଏ । ଦୃଷ୍ଟିଶକ୍ତି ମଧ୍ୟ ଭଲ ହୋଇଥାଏ । ସାଧାରଣ ଭାବେ ପୁରୁଷଙ୍କୁ ୮୫ ପ୍ରତିଶତ ଏବଂ ମହିଳାଙ୍କୁ ୧୦୦ ପ୍ରତିଶତ ଭିଟାମିନ୍ ଆବଶ୍ୟକ । ଏହା ପୂରଣ କରିବା ପାଇଁ ଅମୃତଭଣ୍ଡା ପ୍ରଚୁର ପରିମାଣରେ ଖାଇବା ଉଚିତ୍ ।
ଚେହେରାରେ ଥିବା ଦାଗ କୁ ଦୂର କରିବାରେ ଏହା ସାହାଯ୍ୟ କରିଥାଏ । ଅମୃତଭଣ୍ଡା ଖାଇଲେ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ । କୋଷ୍ଠକାଠିନ୍ୟରୁ ମଧ୍ୟ ମୁକ୍ତି ମିଳିଥାଏ । ଗଳାରେ ହେଉଥିବା ଟନସିଲ୍ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏଥିରେ ଥିବା ଫାଇବାର୍ ଶରୀରରେ ଥିବା ଟକ୍ସିନ୍ କୁ ବାହାରକୁ ବାହାର କରିବାରେ ସହାୟକ ହୋଇଥାଏ ।