Only for Entertainment

ଜାଣନ୍ତୁ କଖାରୁର ଔଷଧୀୟ ଗୁଣ । କେବଳ ଶରୀର ସୁସ୍ଥ ରଖେନାହିଁ ବରଂ ତ୍ୱଚାର ଚମକ ମଧ୍ୟ ବଢାଇଥାଏ ।

home.bt.com
0 53

ଖରାଦିନେ କକ୍ଷାରୁ ଅତି ସହଜରେ ମିଳିଯାଉଥିବା ଏକ ପରିବା । ଏହା ସ୍ୱାଦରେ ଯେପରି ମିଠା ଗୁଣରେ ସେହିପରି ମିଠା । ଏହାକୁ ଖାଇବା ଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ରହିନଥାଏ । ଆସନ୍ତୁ ଜାଣିବା କଖାରୁର ସେହି ଗୁଣ ବିଷୟରେ ଯେଉଁଥିଫାଇଁ ଏହାକୁ ସବୁଦିନ ଖାଇବା ଉଚିତ ।

କଖାରୁରେ ପ୍ରଚୁର ମାତ୍ରାରେ ଭିଟାମିନ ଭରି ରହିଥାଏ । ଏଥିରେ ଭିଟାମିନ ଏ,ବି ସହିତ ଫଲକ ଏସିଡ ଏବଂ ଫାଇବର ଭଳି ଆବଶ୍ୟକୀୟ ତତ୍ତ୍ୱ ମଧ୍ୟ ଭରି ରହିଥାଏ ।

କଖାରୁରେ କ୍ୟାଲୋରୀ କମ ଏବଂ ଫାଇବର ଅଧିକ ରହିଥାଏ । ଏହା ଦ୍ୱାରା କ୍ୟାଲୋରୀ ମଧ୍ୟ ନିୟନ୍ତ୍ରିତ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଶୀଘ୍ର ଭୋକ ହୋଇନଥାଏ ।

ତରଭୁଜରେ ଭିଟାମିନ ସି ଏବଂ ବିଟା କ୍ୟାରେଟିନ ଯୌଗିକ ରହିଥାଏ । ଏହା କର୍ଳଟରୁ ମଧ୍ୟ ରକ୍ଷା କରିଥାଏ ।
ତରଭୁଜରେ ଏଡ଼େନୋସିନ ନାମକ ଏଂଟିକୋଏଗୁଲେଂଟ ରହିଥାଏ । ଏହା ବ୍ଲଡ ସର୍କୁଲେସନକୁ ଠିକ କରିଥାଏ । ତେଣୁ ଏହାକୁ ନିୟମିତ ଖାଇବା ଦ୍ୱାରା ହୃଦଘାତ ଜନିତ ସମସ୍ୟା ଦେଖାଦେଇନଥାଏ । ଏହା ବ୍ୟତୀତ କୋଷ୍ଠ କାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ତରଭୁଜରେ ଥିବା ଜଳର ମାତ୍ରା ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ । ଏଥିରେ ଥିବା ମିନେରାଲସ ପେଟ ଜନିତ ସମସ୍ୟା ଦୂର କରିଥାଏ ।

ତ୍ୱଚାରେ କନେକ୍ଟିଭ ଟିସୁ ରହିଥାଏ । ତରଭୁଜରେ ଥିବା କୋଲାଜନ ପ୍ରୋଟିନ ଏହି କନେକ୍ଟିଭ ଟିସୁରେ କୋଶିକାର ସଂରଚନାକୁ ସୁଦୃଢ ରଖିଥାଏ । ଲଗାତାର ତରଭୁଜ ଖାଇବା ଦ୍ୱାରା ଚେହେରାର ଚମକ ବଢିଥାଏ ।

ତରଭୁଜରେ ଡାଇୟୁରେଟିକ କ୍ଷମତା ଅଧିକ ରହିଥାଏ । ଯାହା ଦ୍ୱାରା କିଡନୀ ଜନିତ କୌଣସି ସମସ୍ୟା ଦେଖା ଦେଇନଥାଏ । ଏହା ସହିତ ଏକଜିମା ମଧ୍ୟ କମ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଆଖି ମଧ୍ୟ ସୁସ୍ଥ ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More