ୱାଘା ବର୍ଡର ସାମ୍ନାରେ ଭିନ୍ନ ଅନ୍ଦାଜରେ ନଜର ଆସିଲେ ସଲମାନ-କ୍ୟାଟ୍ରିନା ।
ଅଲ୍ଲୀ ଆବାସ ଜାଫରଙ୍କ ଫିଲ୍ମ ‘ଭାରତ’ରେ ସଲମାନଙ୍କ ସହ କ୍ୟାଟ୍ରିନା ଲିଡ ରୋଲରେ ଦେଖିବାକୁ ମିଳିବେ । ପୂର୍ବରୁ ଉଭୟଙ୍କ ମଧ୍ୟରେ ଆଫୟାର ଥିବା କାରଣରୁ ଏହି ଫିଲ୍ମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିକଟରେ ସଲମାନ ଏହି ଫିଲ୍ମର ଭାରତ ସେଟରୁ ଏକ ଫଟୋ ସେୟାର କରିଛନ୍ତି ।
ଭାରତ ଫିଲ୍ମର ଏହି ଫଟୋକୁ ସଲମାନ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କ୍ୟାଟ୍ରିନାଙ୍କ ସହ ୱାଘା ବର୍ଡରର ଗେଟ ଆଗରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଫଟୋରେ କ୍ୟାଟ୍ରିନା ଶାଢୀ ପିନ୍ଧିଥିଲାବେଳେ ଏକ ସାଲ ଘୋଡାଇ ହୋଇଥିବା ଦେଖାଯାଇଛି ।
View this post on Instagram
@bharat_thefilm @aliabbaszafar @katrinakaif @dishapatani @whosunilgrover @atulreellife
ଆସନ୍ତା ଇଦରେ ଏହି ଫିଲ୍ମଟି ରିଲିଜ ହେବାକୁ ଧାର୍ଯ୍ୟ ହୋଇଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଦିସା ପଠାନୀ, ତବୁ, ଜ୍ୟାକି ଶ୍ରଫ, ସୁନୀଲ ଗ୍ରୋଭର ମଧ୍ୟ ରହିଛନ୍ତି । ତେବେ ଫିଲ୍ମର କାହାଣୀ ସଂପର୍କରେ ଖୁଲାସା ହୋଇନାହିଁ । କହିରଖୁଛୁ ଯେ, ପ୍ରିୟଙ୍କା ଫିଲ୍ମ ଭାରତ ଛାଡିବା ପରେ କ୍ୟାଟ୍ରିନାଙ୍କୁ ତାଙ୍କ ସ୍ଥାନ ମିଳିଛି ।