Only for Entertainment

ସଂଧ୍ୟାରେ ପ୍ରସ୍ତୁତ କରନ୍ତୁ ଚିଜ୍ ବ୍ରେଡ ରୋଲ

yumzen
0 70

ସାମଗ୍ରୀ-

ସିଝା ଆଳୁ- ୩୫୦ ଗ୍ରାମ
ମୋଜରେଲା ଚିଜ- ୭୦ ଗ୍ରାମ
ପିଆଜ- ୪୫ ଗ୍ରାମ
ଧନିଆ- ୨ ଚାମଚ
ଲଙ୍କା ପାଉଡର- ୧ ଚାମଚ
ଗରମ ମସଲା- ଅଧା ଚାମଚ
ଆମଚୁର- ଅଧା ଚାମଚ
ଚାଟ ମସଲା- ୩/୪ ଚାମଚ
ଲୁଣ- ୧ ଚାମଚ
ବ୍ରେଡ ସ୍ଲାଇସ
ପାଣି
ତେଲ- ଛାଣିବା ପାଇଁ

ପ୍ରଣାଳୀ-

ପ୍ରଥମେ ବ୍ରେଡକୁ ଛାଡି ସିଝା ଆଳୁ, ଚିଜ ଏବଂ ସମସ୍ତ ସାମଗ୍ରୀକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହାପରେ ଏହି ମିଶ୍ରଣରୁ ଅଳ୍ପ କିଛି ନେଇ ଅଣ୍ଡାକୃତି ଆକାରର ଗୋଲ କରନ୍ତୁ । ଏହି ପରି ଗୋଲ କରି ରଖନ୍ତୁ । ଏହାପରେ ବ୍ରେଡ ସ୍ଲାଇସ ନେଇ ଏହାର ତାରି ପାଖରୁ କାଟି ଦିଅନ୍ତୁ । ବର୍ତ୍ତମାନ ଏହାକୁ ସାମାନ୍ୟ ବେଲି ଦିଅନ୍ତୁ । ଏହାପରେ ଚାରି ପାଖରେ ପାଣି ଲଗାଇ ଗୋଲ ହୋଇଥିବା ମିଶ୍ରଣ ରଖି ଏହାକୁ ଭଲଭାବେ ବନ୍ଦ କରନ୍ତୁ । ବର୍ତ୍ତମାନ କଢେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ଏହି ବ୍ରେଜ ରୋଲକୁ ପକାଇ ଗୋଲଡେନ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏହାପରେ ଏହାକୁ ଟିସୁ ପେପର ଉପରକୁ କାଢି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚିଜ୍ ବ୍ରେଡ ରୋଲ । କେଟପ ସହିତ ଏହାକୁ ଗରମ ଗରମ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More