Only for Entertainment

ଦୁନିଆର ଏକ ଅଜବ ଗାଁ, ଯେଉଁଠାରେ ୨୫ ବର୍ଷରେ ହୋଇଯାଆନ୍ତି ବୃଦ୍ଧ ।

bollywood tadka
24

ଛତିଶଗଡ଼ର ବସ୍ତର ଅଂଚଳରେ ମାଟିରୁ ବାହାରୁଥିବା ପାଣିରେ ଫ୍ଲୋରାଇଡ ଥିବା ଯୋଗୁଁ ଛୁଆ ଜନ୍ମ ହେବାମାତ୍ରେ ବିଭିନ୍ନ ରୋଗରେ ପିଡ଼ିତ ହେଉଛନ୍ତି । ବିଜାପୁର ଜିଲ୍ଲା ମୁଖ୍ୟାଳୟରୁ ୬୦ କିମି ଦୂର ଭୋପାଳପାଟନମ ସ୍ଥିତ ଗେରାମୁଡ଼ା ଗାଁ ତଥା ବସ୍ତର ଜିଲ୍ଲାର ବାକେଲ ଏବଂ ସତୋଷା ଗାଁରେ ରହୁଥିବା ଆଦିବାସୀଙ୍କର ୨୫ ବର୍ଷରେ ଯୁବକତ୍ୱ ଶେଷ ହୋଇଯାଏ । ଯାହା ଫଳରେ ସେମାନେ ଠେଙ୍ଗା ଧରି ଚାଲିବା ପାଇଁ ବାଧ୍ୟ ହୋଇଥାନ୍ତି । ସେଠାରେ ୪୦ ପ୍ରତିଶତ ଲୋକ ଏହି ସମସ୍ୟାରେ ପିଡ଼ିତ ।

ଏଠାରେ ପାଣି ପମ୍ପ ଏବଂ କୂଅରୁ ପ୍ରଚୁର ମାତ୍ରାରେ ଫ୍ଲାରାଇଡ ବାହାରୁଥିବାରୁ ଲୋକମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶୁଦ୍ଧ ପାଣିର ବ୍ୟବସ୍ଥା ନ ହୋଇଥିବାରୁ ଆଜି ମଧ୍ୟ ଏହି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଏହା ସହିତ ଧୀରେ ଧୀରେ ମୃତ୍ୟୁ ମୁଖକୁ ସମୟ ଆସିବା ପୂର୍ବରୁ ଗତି କରୁଛନ୍ତି । ତେବେ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ଏପର୍ଯ୍ୟନ୍ତ କୌଣସି ସୁଧାରମୂଳକ କାର୍ଯ୍ୟ କରାଯାଇନାହିଁ । ଗାଁର ପ୍ରତି ୮ରୁ ୪୦ ବର୍ଷ ବୟସ୍କଙ୍କ ମଧ୍ୟରେ ଦାନ୍ତ ହଳଦିଆ ପଡ଼ିବା ଠାରୁ ଆରମ୍ଭ କରି ବୃଦ୍ଧ ହୋଇଯିବା ପର୍ଯ୍ୟନ୍ତ ସମସ୍ତ ସମସ୍ୟା ଦେଖାଯାଉଛି । ପ୍ରଶାସନର ନଜର ଏହା ଉପରେ କେବେ ପଡ଼ିବ ତାହା କେବଳ ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More