Only for Entertainment

ମାଲିକର ସ୍ୱାସ୍ଥ୍ୟ ଖରାପ ହେବାରୁ ହସ୍ପିଟାଲ ନେଇଗଲା କୁକୁର, ଭିଡିଓ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଇମୋଶନାଲ ।

ndtv
0 34

କୁକୁରକୁ ସବୁଠାରୁ ବିଶ୍ୱସ୍ଥ ପ୍ରାଣୀ ବୋଲି କୁହାଯାଇଥାଏ । ମଣିଷ ଏବଂ କୁକୁରର ସମ୍ପର୍କ କିଛି ନିଆରା । ସମୟ ଆସିଲେ ମାଲିକ ପାଇଁ କୁକୁର ପ୍ରାଣ ମଧ୍ୟ ଦେଇପାରେ । ତେବେ ଚୀନରେ ଏପରି କିଛି ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ଭାବୁକ କରି ଦେଇଛି । ଚୀନର ହିଲୋଙ୍ଗାଜିୟାଙ୍ଗ ଡାକିଂଗରେ ଗୋଟିଏ ପୋଷା କକୁର କିପରି ମାଲିକର ସ୍ୱାସ୍ଥ୍ୟ ଖରାପ ହେବା ପରେ ବିଚଳିତ ହୋଇପଡିଛି ଏବଂ ମାଲିକକୁ ହସ୍ପିଟାଲ ନେଇ ଯାଉଛି ତାହାର ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ଇମୋଶନାଲ ହୋଇଯିବେ । ଏହି ଭିଡିଓ ଏବେ ଚୀନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି ।

ନର୍ସଙ୍କ କହିବା ଅନୁସାରେ ମାଲିକ ଚେତା ହରାଇ ପଡିବା ପରେ କୁକୁରଟି ମାଲିକ ପାଖ ଛାଡି କୁଆଡେ ଯାଇନଥିଲା ଏବଂ ଖୁବ ବିଚଳିତ ହୋଇପଡିଥିଲା । ହସ୍ପିଟାଲ ଟିମ ପହଁଚିବା ପରେ ମଧ୍ୟ କୁକୁରଟି ମାଲିକକୁ ଛାଡିନଥିଲା । ସେମାନେ ଭାବିଥିଲେ କୁକୁରଟି ବୋଧ ହୁଏ ସେମାନଙ୍କୁ ଆର୍ଟାକ କରିବ । କିନ୍ତୁ ଟ୍ରେଚରରେ ମାଲିକକୁ ନେବା ସମୟରେ କୁକୁରଟି ଆଗ ଯାଇ ଆମ୍ବୁଲାନ୍ସରେ ବସି ଯାଇଥିଲା ଏବଂ ହସ୍ପିଟାଲ ପର୍ଯ୍ୟନ୍ତ ଯାଇଥିଲା । ଏହି ଭିଡିଓକୁ ପିପୁଲସ ଡେଲି ଚାଇନା ନିଜ ଫେସବୁକ ପେଜରେ ଅପଲୋଡ କରିଛନ୍ତି ।

ଡାକ୍ତରଙ୍କ କହିବା ଅନୁସାରେ କୌଣସି କୁକୁରକୁ ଆମ୍ବୁଲାନ୍ସରେ ଯିବା ପାଇଁ ଦିଆଯାଇନଥାଏ । କିନ୍ତୁ କୁକୁରଟି ପ୍ରକୃତରେ ଖୁବ ଚିନ୍ତିତ ଥିଲା । ସେଥିପାଇଁ ହସ୍ପିଟାଲ ଟିମ କୁକୁରକୁ ଆମ୍ବୁଲାନ୍ସରେ ନେବା ପାଇଁ ଅନୁମତି ଦେଇଥିଲେ । ସବୁଠାରୁ ବଡ କଥା ହେଉଛି ମାଲିକକୁ ହୋସ ଆସିବା ପରେ କୁକୁରଟି ଯାଇ ତାଙ୍କୁ କୁଣ୍ଡାଇ ପକାଇଥିଲା । ଏହାକୁ ଦେଖି ଆମ ନିଷ୍ପତି ଠିକ ଥିବା ବୋଲି ଡାକ୍ତର କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More