ଧନିଆପତ୍ରକୁ କେବଳ ରୋଷେଇରେ ବା କୌଣସି ଖାଦ୍ୟ ଖାଇବା ସମୟରେ ବ୍ୟବହାର କରିଥାଉ । କିନ୍ତୁ କ’ଣ ଆପଣ ଜାଣନ୍ତିକି ଏହାକୁ ଆପଣ ଔଷଧ ସ୍ୱରୂପ ବ୍ୟବହାର କରିପାରିବେ ।
ଏଥିରେ ଆୟରନ, ମାଗ୍ନେସିୟମ, ଭିଟାମିନ ସି, ଭିଟାମିନ କେ ଓ ପ୍ରୋଟିନର ଭରପୁର ମାତ୍ରା ଥାଏ । ଶୀତ ଦିନେ ରୋଗଠାରୁ ଦୂର ରଖିବାରେ ‘ଧନିଆ ପତ୍ର’ ଲାଭଦାୟକ ସହ ତ୍ୱଚାକୁ ସୁନ୍ଦରତା ପ୍ରଦାନ କରିଥାଏ ।
ଆସନ୍ତୁ ଜାଣିବା ଧନିଆ ପତ୍ରର ଉପକାରିତା:
– ଧନିଆ ପତ୍ରରେ ଆୟରନ, ମାଗ୍ନାସିୟମ, ଭିଟାମିନ ସି, ଭିଟାମିନ କେ ଓ ପ୍ରୋଟିନର ଭରପୁର ମାତ୍ରା ଥାଏ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରାଇଥାଏ ।
– ଅଁଳା ସହ ଧନିଆ ପତ୍ରକୁ ମିଶାଇ ଖାଇଲେ ମୁଣ୍ଡ ବୁଲାଇବାରୁ ମୁକ୍ତି ମିଳିଥାଏ ।
-ଧନିଆ ପତ୍ର ସେବନ ଦ୍ୱାରା ତ୍ୱଚାରୁ ବ୍ରଣ ସମସ୍ୟା ଓ ବ୍ଲାକହେଡସରୁ ମୁକ୍ତି ମିଳିଥାଏ ।
-ପେଟ ଜନିତ ସମସ୍ୟା ଗ୍ୟାସ, ଏସିଡିଟିକୁ ଦୂର କରିବା ପାଇଁ ଧନିଆ ପତ୍ରର ସେବନ କରନ୍ତୁ ।
-ସକାଳେ ଧନିଆକୁ ଗରମ ପାଣିରେ ଫୁଟେଇ ଛାଣି ସେହି ପାଣିକୁ ଖାଲି ପେଟରେ ପିଇଲେ ପେଟରେ ଥିବା ଷ୍ଟୋନ ମୁତ୍ର ମାଧ୍ୟମରେ ନିଷ୍କାସିତ ହୋଇଯାଏ ।