ଦଶହରା ଫିଲ୍ମର ଫାଷ୍ଟ ଲୁକ ରିଲିଜ , ପୁଲିସ ପୋଷାକରେ ନଜର ଆସିଲେ ନୀଲ ନିତୀନ ମୁକେଶ !
ବଲିଉଡ ଅଭିନେତା ନୀଲ ନିତୀନ ମୁକେଶଙ୍କ ଅପକମିଂ ଫିଲ୍ମ ‘ଦଶହରା’ର ଫାଷ୍ଟ ଲୁକ ରିଲିଜ ହୋଇଯାଇଛି । ରିଲିଜ ପୋଷ୍ଟରରେ ନୀଲ ପୁୁଲିସ ପୋଷାକରେ ନଜର ଆସିଛନ୍ତି । ଏହାସହ ତାଙ୍କର ଚେହେରା ରକ୍ତ ଜୁଡୁବୁଡ ନଜର ଆସିଛି । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମରେ ନୀଲ ଏନକାଉଂଟର ସ୍ପେଶାଲିଷ୍ଟ ରୁପେ ନଜର ଆସିବେ । ପୋଷ୍ଟରରେ ଏକ ଡାଏଲଗ ଲେଖାଥିବା ଦେଖିବାକୁ ମିଳିଛି ।
Presenting the #firstlook : @NeilNMukesh as a dreaded revengeful cop… #Dassehra… releasing on 26th October 2018…produced by @Aparna50507263 creative director @thrillerbadshah pic.twitter.com/LkDMk952So
— Dassehra (@Dassehra1) September 25, 2018
ଏହିଭଳି ନୀଲଙ୍କୁ ଦେଖିବାକୁ ମିଳିବ ଧମାକାଦାର ଡାଏଲକ କହୁଥିବାର । କିଛି ଘଂଟା ପୂର୍ବରୁ ରିଲିଜ ହୋଇଥିବା ପୋଷ୍ଟରକୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଫିଲ୍ମ ପୋଷ୍ଟର ଶେୟାର କରି ନିର୍ଦ୍ଦେଶକ କ୍ୟାପଶନ ଲେଖିଛନ୍ତି ‘ନୀଲଙ୍କ ଜବରଦସ୍ତ କମବ୍ୟାକ ଏନକାଉଂଟର ସ୍ପେଶାଲିଷ୍ଟ ରୂପରେ’ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଫିଲ୍ମ ୨୬ଅକ୍ଟୋବର ୨୦୧୮ରେ ପରଦାରେ ରିଲିଜ ହେବ ।
ଏଠାରେ ଆମେ କହି ରଖୁଛୁ ଯେ ନୀଲ ନିତୀନ ମୁକେଶଙ୍କ ପତ୍ନୀ ରୁକ୍ମଣୀ ସହାୟ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ଦୁହେଁ ଝିଅ ନାଁ ନୁରବୀ ରଖିଛନ୍ତି । ନିଜ ଖୁସି ଜାହିର କରି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।