Only for Entertainment

ଇଂଟରନେଟରେ ଲିକ ହେଲା ‘ଠଗ୍ସ ଅଫ ହିନ୍ଦୁସ୍ତାନ’ର ପୋଷ୍ଟର, ଭିନ୍ନ ଅନ୍ଦାଜରେ ନଜର ଆସିଲେ ଅମୀର, ଅମିତାଭ, କ୍ୟାଟ ଏବଂ ଫାତିମା !

0 25

ଠଗ୍ସ ଅଫ ହିନ୍ଦୋସ୍ତାନ’ ଚଳିତ ବର୍ଷର ମଚ ଆୱେଟେଡ ଫିଲ୍ମ ଅଟେ । ଅମୀର ଖାନଙ୍କ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଲଗାତାର ହେଉଥିବା ବେଳେ ୨୭ସେପ୍ଟେମ୍ବରରେ ଏହି ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ ହେବ । ଏହାପୂର୍ବରୁ ଫିଲ୍ମ ନିର୍ମାତା ଏହି ଫିଲ୍ମର ପୋଷ୍ଟର ରିଲିଜ କରିସାରିଲେଣି ।

ଗତକାଲି ମେକର୍ସ ଅମୀର ଖାନଙ୍କ ଲୁକ ରିଭିଲ କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଟ୍ରେଲରକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । ସୋସିଆଲ ମିଡିଆର ଏକ ପୋଷ୍ଟର ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଅନ୍ଦାଜ ଲଗାଯାଇ ପାରିବ ଯେ ଏହା ଫିଲ୍ମର ପ୍ରଥମ ପୋଷ୍ଟର ହୋଇପାରେ ।ଏହି ପୋଷ୍ଟରରେ ଅମୀର ଖାନ, କ୍ୟାଟରୀନା, ଫାତିମା ଏବଂ ଅମିତାଭଙ୍କ ଭିନ୍ନ ଭିନ୍ନ ଭୂମିକା ଦେଖିବାକୁ ମିଳିଛି ।


ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମର ଟ୍ରେଲର ୨୭ସେପ୍ଟେମ୍ବରରେ ରିଲିଜ କରାଯିବ କାରଣ ସେହି ଦିନ ୟଶ ଚୋପ୍ରାଙ୍କ ବର୍ଥଡେ । ଫିଲ୍ମ ଟ୍ରେଲର ଅନୁଷ୍କା ଶର୍ମା ଏବଂ ବରୁଣ ଧୱନଙ୍କ ଫିଲ୍ମ ‘ସୁଇ ଧାଗା’ସହ ଆଟାଚ କରାଯିବ । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଚଳିତ ବର୍ଷ ଦିପାବଳୀ ଅର୍ଥାତ ତଥା ୮ନଭେମ୍ବରରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More