Only for Entertainment

ଲଂଚ ହେଲା ଇଲେକ୍ଟ୍ରୋନିକ ସ୍କୁଟର, ମାତ୍ର ୫ଟଙ୍କାରେ ରିଚାର୍ଜ କଲେ ଦୌଡିବ ୮୦କିଲୋମିଟର !

0 39

ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ପେଟ୍ରୋଲ ଦର। ଏହାକୁ ନେଇ ଲୋକମାନେ ଚିନ୍ତିତ ହୋଇପଡିଛନ୍ତି। ଏବେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ଟପିଲାଣି। ତେବେ ଏହି ଭଳି ପରିସ୍ଥିତିରେ ଗାଡି ଚଳାଇବା ଏକ ପ୍ରକାର ଅସମ୍ଭବ ହୋଇପଡିଲାଣି। ଖାସ କରି ସାଧାରଣ ଲୋକମାନେ ପେଟ୍ରୋଲ ଦରକୁ ନେଇ ଅଧିକ ପ୍ରଭାବିତ ହେଉଛନ୍ତି। ତେବେ ଏହି ପେଟ୍ରୋଲ ଖର୍ଚ୍ଚକୁ କମ୍‌ କରିବା ପାଇଁ ଇଲେକ୍ଟ୍ରୋନିକ ବାଇକ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଯାହା ଫଳରେ ପେଟ୍ରୋଲ ପାଇଁ ହେଉଥିବା ଖର୍ଚ୍ଚକୁ ରୋକାଯାଇ ପାରିବ।

ଜନତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଦୁଇ ଚକିଆ ଗାଡି ନିର୍ମାଣ କରୁଥିବା କଂପାନୀ ତଥା ଲୋକପ୍ରିୟ ମୋଟରସାଇକେଲ କଂପାନୀ ଟିଭିଏସ ମୋଟର ‘କ୍ରେୱନ’ ନାମକ ଇଲେକ୍ଟ୍ରୋନିକ୍‌ ସ୍କୁଟର ଲଂଚ କରିଛି। ଯେଉଁଥିରେ କଂପାନୀର ଦାବି ରହିଛି କି, ଏହି ସ୍କୁଟରରେ ମାତ୍ର ୫ ଟଙ୍କାର ରିଚାର୍ଜ କରିବା ଦ୍ୱାରା ଏହା ପାଖାପାଖି ୮୦ କିଲୋମିଟର ଗତି କରିଥାଏ।

ଏହି କନସେପ୍ଟ ସ୍କୁଟରରେ ଦୁଇ ଜଣ ଲୋକ ବେଶ୍‌ ଆରାମରେ ବସିପାରିବେ। ଏହାଛଡା ଏହାର ସଫ୍‌ଟ ସିଟ୍‌ ଗାଡିକୁ ଆହୁରି ଅଧିକ ଆକର୍ଷଣୀୟ କରିଛି। କ୍ରେୱନରେ ଫୋନ ଚାର୍ଜ କରିବାର ସୁବିଧାର ମଧ୍ୟ ଦିଆଯାଇଛି। ଯଦି ଏହାର ଷ୍ଟୋରେଜ ସ୍ପେସ କଥା କହିବା, ତେବେ ଏଥିରେ ଏକ ଫୁଲ ସ୍ପେସ ହେଲମେଟ ଆରାମରେ ରଖିପାରିବେ। ଏହାଛଡା ଏଥିରେ ଏକ ସ୍କ୍ରିନ୍‌ ମଧ୍ୟ ବ୍ୟବହାର କରାଯାଇଛି, ଯାହା ବ୍ୟାଟେରୀ ସଂପର୍କରେ ଚାଳକଙ୍କୁ ସୂଚିତ କରିଥାଏ।

ଏଥିସହିତ ହିଁ ଏଥିରେ ରେଜନରେଟିକ୍‌ ବ୍ରେକିଂ, ଜିପିଏସ, ନେଭିଗେସନ , ପାର୍କ ଆସିଷ୍ଟ ଏବଂ ଆଣ୍ଟି ଥେପ୍ଟ ମେକାନିଜିମ ଭଳି ଉନ୍ନତମାନର ଫିଚର୍ସ ରହିଛି। କ୍ରେୱନରେ ଡାଇମଣ୍ଡ କଟ ଅଏଲ ହ୍ଵିଲ ମଧ୍ୟ ବ୍ୟବହାର କରାଯାଇଛି। ଯାହା ସ୍କୁଟରକୁ କୌଣସି ଦାମୀ କାର ଭଳି ଲଗଜୁରୀ ଲୁକ୍‌ ଦେଇଥାଏ। ଏଥିସହିତ ହିଁ ସମସ୍ତ ଟାୟାର ଟ୍ୟୁବଲେସ ଅଟେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More