Only for Entertainment

ରଣବୀରଙ୍କ ପାଇଁ ନିଜେ ଏହି ଖାସ ଡିସ ପ୍ରସ୍ତୁତ କରନ୍ତି ଦୀପିକା ।

bollywood tadka
33

ଏବେ ବଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ହେଉଛନ୍ତି ଦୀପିକା ପାଦୁକୋନ ଏବଂ ରଣବୀର ସିଂ । ଅଧିକାଂଶ ସମୟରେ ଦୁଇଜଣଙ୍କ କ୍ୟୁଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦୁଇଜଣ ପରସ୍ପରକୁ ଭଲ ଭଲ କମ୍ପ୍ଲିମେଂଟ ମଧ୍ୟ ଦିଅନ୍ତି । କିଛି ଦିନ ପୂର୍ବରୁ ରଣବୀର କହିଥିଲେଯେ ଦୀପିକାଙ୍କୁ ବିବାହ କରି ସେ ନିଜକୁ ଦୁନିଆର ସବୁଠାରୁ ଭାଗ୍ୟଶାଳୀ ବ୍ୟକ୍ତି ଭାବୁଛନ୍ତି ।

ଦୀପିକା ରଣବୀରଙ୍କ ପାଇଁ ଖାସ ଡିସ ମଧ୍ୟ ପ୍ରସ୍ତୁତ କରନ୍ତି । ବିନା ଜଳଖିଆରେ ସେ ରଣବୀରଙ୍କୁ ଘରୁ ଛାଡ଼ନ୍ତି ନାହିଁ । ରଣବୀର କହିଛନ୍ତିଯେ ଦୀପିକା ତାଙ୍କ ପାଇଁ ଏକ ଖାସ ରସମ ଏବଂ ରାଇସ ପ୍ରସ୍ତୁତ କରନ୍ତି ଯାହା ରଣବୀରଙ୍କୁ ଖୁବ ପସନ୍ଦ ।

କହିରଖୁଛୁଯେ ଦୀପିକା ଖୁବଶୀଘ୍ର ଫରାହ ଖାନଙ୍କ ସହିତ କାମ କରିବାକୁ ଯାଉଛନ୍ତି । ଫରାହ ଖୁବଶୀଘ୍ର ଦୀପିକାଙ୍କୁ ନେଇ କମେଡ଼ି ଫିଲ୍ମ ନିର୍ମାଣ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More