Only for Entertainment

ଆପଣଙ୍କ ଶରୀରରେ ଭିଟାମିନ-ଇ କମ ରହିଛି କି? ତେବେ ହୋଇଯାଆନ୍ତୁ ସାବଧାନ !

csglobe.com
0 88

ଆପଣଙ୍କ ଶରୀରରେ ଭିଟାମିନ୍ ଇ କମ୍ ଅଛି କି? ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । କାରଣ ଶରୀରରେ ଏହି ଭିଟାମିନ- ଇ କମ୍ ଥିଲେ ବ୍ରେନ୍ ଡ୍ୟାମେଜ ହେବାର ଆଶଙ୍କା ଅଧିକ ରହିଛି । ଭିଟାମିନ-ଇ ସିଧାସଳଖ ଆମ ଶରୀରର ଚର୍ମ, ଆଖି ଏବଂ ଆମ ଶରୀରର ଥିବା ରୋଗ ପ୍ରତିରୋଧକ କ୍ଷମତାକୁ ସୁରକ୍ଷା ଦେଇଥାଏ ।

ଏହି ଭିଟାମିନ-ଇ ଆମ ଶରୀରରେ କମ୍ ହେଲେ ଏହି ସବୁ ଅଙ୍ଗ ପ୍ରଭାବିତ ହୋଇଥାଏ । ତେଣୁ ଏହି ଭିଟାମିନ-ଇ ଜାତୀୟ ଖାଦ୍ୟକୁ ମଧ୍ୟ ପ୍ରତିଦିନ ଆମ ଖାଦ୍ୟ ସାରଣୀରେ ସାମିଲ କରିବା ଦରକାର । ଭିଟାମିନ-ଇ ଥିବା ବାଦାମ,ଶାଗ,ରନ୍ଧା କଖାରୁ ଜାତୀୟ ଖାଦ୍ୟ,ବ୍ରୋକୋଲି,ମାଛ,ଚିଙ୍ଗୁଡି ଜାତୀୟ ଖାଦ୍ୟ ଉପରେ ଧ୍ୟାନ ଦିଆଯିବା ଦରକାର । ଏହି ଗବେଷଣା କରିଛି ଆମେରିକାର ଏକ ଘରୋଇ ଅନୁଷ୍ଠାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More