Only for Entertainment

କିଡ୍‌ନୀ ଷ୍ଟୋନ ଦୂରକରେ ସଜନା

Times of India
0 48

ସଜନାର ପତ୍ରଠାରୁ ଆରମ୍ଭ କରି ଛୁଇଁ ପର୍ଯ୍ୟନ୍ତ ଯେମିତି ସ୍ବାଦିଷ୍ଟ ଶରୀର ପାଇଁ ସେମିତି ଲାଭଦାୟକ। ଏହା ଆମକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ। ଏଥିରେ ଥିବା କ୍ୟାଲସିୟମ, କାରୋଟିନ୍‌, ଫସ୍‌ଫରସ୍‌, ଭିଟାମିନ୍‌ ସି ଶରୀର ପାଇଁ ନିତାନ୍ତ ଆବଶ୍ୟକ। ଆସ୍ଥମା, ପଥୁରୀ ରୋଗ ବା ଷ୍ଟୋନ୍‌ ଓ ଗର୍ଭାବସ୍ଥାରେ ସଜନା ଖାଇବା ଭଲ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଥାଆନ୍ତି। କ୍ଷୀର ଅପେକ୍ଷା ଏଥିରେ ୪ ଗୁଣା ଅଧିକ କ୍ୟାଲସିୟମ ଓ ୨ ଗୁଣ ଅଧିକ ପ୍ରୋଟିନ୍‌ ଥାଏ।

-ସଜନାରେ ଥିବା ରାଇବୋଫ୍ଲୋବିନ୍‌ ଶରୀରରେ ସୁଗାର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ତେଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ।
-ହଳଦି ସହ ସଜନା ପତ୍ର ରସ ମିଶାଇ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
-ଏଥିରେ ଭରପୂର ମାତ୍ରାରେ ଫାଇବର ଥିବାରୁ ଏହା କୋଷ୍ଠକାଠିନ୍ୟ ଦୂର କରିଥାଏ।
-ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ, କାରୋଟିନ୍‌, ଫସ୍‌ଫରସ୍‌, ଭିଟାମିନ୍‌ ସି ଥିବାରୁ ଗର୍ଭାବସ୍ଥାରେ ଏହାର ସେବନ କଲେ ସକାଳୁ ଅନୁଭବ ହେଉଥିବା ଦୁର୍ବଳ ପଣ ଦୂର ହୋଇଥାଏ। ସେହିପରି ସଜନା ପତ୍ର ନିୟମିତ ଖାଇଲେ ପିଲା ଜନ୍ମ ସହଜ ହୋଇଥାଏ।
-ନିୟମିତ ସଜନା ପତ୍ର ବା ଛୁଇଁ ଖାଇଲେ ଏଥିରେ ଥିବା ଭିଟାମିନ୍‌ ସି ହାଡକୁ ମଜଭୁତ କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More