Only for Entertainment

‘କସମୋପଲିଟାନ’ ପତ୍ରିକାର କଭରପେଜରେ ଆଥଲେଟ ଦୂତୀ ।

53

 ଚର୍ଚ୍ଚାରେ ରହୁଥିବା ଦୌଡ଼ରାଣୀ ଦୂତୀ ଚାନ୍ଦ ଗତ କିଛି ମାସ ହେବ ତାଙ୍କର ବ୍ୟକ୍ତିଗତ ସଂପର୍କକୁ ନେଇ ମଧ୍ୟ ଚର୍ଚ୍ଚା ପାଲଟିଛନ୍ତି। ଦୂତୀ ଗତ ମେ ମାସରେ ତାଙ୍କର ଜଣେ ବାନ୍ଧବୀଙ୍କ ସହ ସମ୍ବେଦନଶୀଳ ସଂପର୍କ ଥିବା ନେଇ ଖୋଲାଖୋଲି ଭାବେ ପ୍ରକାଶ କରିବା ପରେ ଜାତୀୟ ପତ୍ରିକା ‘କସ୍‌ମୋପଲିଟାନ୍‌’ ଦୂତୀଙ୍କୁ ପତ୍ରିକାର ଜୁଲାଇ,୨୦୧୯ ସଂଖ୍ୟା ପ୍ରଚ୍ଛଦରେ ସ୍ଥାନ ଦେଇଛି। ପତ୍ରିକାର ପ୍ରଚ୍ଛଦରେ ଏହି ସାହସିନୀଙ୍କ ଫଟୋ ଦିଆଯାଇ ତାଙ୍କ ସଂପର୍କରେ  ‘ଇଣ୍ଡିଆଜ୍‌ ସାଇନିଂ ଷ୍ଟାର୍‌ ଆଣ୍ଡ୍‌ ଫାଷ୍ଟ୍‍ ଓପନ୍‌ଲି ଗେ ଆଥ୍‌ଲେଟ୍‌’ ବୋଲି ଉଲ୍ଲେଖ କରାଯାଇଛି।୨୦୧୮ ମସିହା ଏସିଆନ୍‌ ଗେମ୍‌ରେ ଦୁଇଟି ରୌପ୍ୟ ପଦକ ଜିଣିଥିବା ଦୂତୀ ନିଜର ସମଲୀଙ୍ଗୀ ସଂପର୍କକୁ ନେଇ ଖୁଲାସା କରିବାରେ ବିଶ୍ୱର ବଛା ବଛା କେତେ ଜଣ ଖେଳାଳିଙ୍କ ଭିତରୁ ଅନ୍ୟତମ।

 

 

View this post on Instagram

 

Ace sprinter @duteechand is the digital cover star of our July 2019 issue. Recently, she became the first Indian sportsperson to openly declare that she’s in a same-sex relationship. In an exclusive interview with Cosmo India, Dutee opens up about her journey as an athlete, her coming-out story, and more. Issue on stands now. ✨ Editor: Nandini Bhalla (@nandinibhalla) Fashion Stylist: Zunaili Malik (@zunailimalik) Photographer: Sushant Chhabria (@sushantchhabria) Hair & Makeup: Maniasha at Faze Management (@bymaniasha) Interview: Sreeparna Mazumder (@sreeparna.mazumder) Dutee is wearing sports bra: Superdry Sports (@superdryindia); shorts, Fila (@filaindia); cape: Namrata Joshipura (@namratajoshipura) . . . . . . #DuteeChand #OnlyInCosmo #CosmoIndia #lgbtq #pride #loveislove

A post shared by Cosmopolitan India (@cosmoindia) on

ଏ ସଂପର୍କରେ ଦୂତୀ ଏକ ସାକ୍ଷାତ୍‌କାରରେ କହିଛନ୍ତି, ‘ଯାହା ମୁଁ କରୁଛି କିଛି ଭୁଲ୍‌ ନୁହେଁ। ଏହା ଏକ ଅପରାଧ ବି ନୁହେଁ।’ ଜାଣିରଖନ୍ତୁ ଯେ, ଦୂତୀଙ୍କ ସଂପର୍କରେ ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ବାଧକ ହେଉଥିବା ହେତୁ ସେ ଗଣମାଧ୍ୟମର ସାହାରା ନେଇ ନିଜ ବ୍ୟକ୍ତିଗତ ବ୍ୟାପାରକୁ ସମସ୍ତଙ୍କ ଆଗରେ ଖୁଲାସା କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More