Only for Entertainment

ନିପା ଠାରୁ ବଳିଗଲାଣି ଏହି ରୋଗ ।

slideplayer.com
0 77

ମୃତ୍ୟୁର ବାହାକ ସାଜି ଆସିଥିବା ଭୟଙ୍କର ନିପା ଭାଇରସ କାରଣରୁ ଏଯାବତ୍ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ପିଲାଠାରୁ ଆରମ୍ଭ କରି ବୁଢା ଯାଏଁ ଏବଂ ଗାଁଠାରୁ ଆରମ୍ଭ କରି ସହର ଯାଏଁ ଲୋକଙ୍କ ମନରେ ଏବେ ଭୟ ସୃଷ୍ଟି କରିଛିି ଏହି ନିପା ଭାଇରସ । ଏପରିକି ଏହି ଭାଇରସ ଭୟରେ ଲୋକେ ଫଳମୂଳ ବି ଖାଇବା ବନ୍ଦ କରିଦେଲେଣି । କାରଣ, ଏହି ଭାଇରସକୁ ଲଢିବାର କ୍ଷମତା ଏଯାବତ କାହା ପାଖରେ ବି ନାହିଁ । କେବଳ ସଚେତନତା ତଥା ସତର୍କତା ହିଁ ଏହି ରୋଗରୁ ବଂଚିବାର ଏକମାତ୍ର ନିରାକରଣ । ତେବେ ନିପାର ଭୟ ଲୋକଙ୍କ ମନରୁ ନ ଯାଉଣୁ ଏବେ ପୁଣି ଏକ ରୋଗ ଆତଙ୍କ ସୃଷ୍ଟି କରିଛି । ଯଦିଓ ଏହି ଭାଇରସଟି ବର୍ତ୍ତମାନ ଆମେରିକାରେ ଦେଖାଦେଇଛି ତେବେ ବଡ କଥା ହେଲାକି ଏହି ରୋଗର ଶିକାର ହୋଇ ଏଯାବତ୍ ୫ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

କିପରି ହୋଇଥାଏ ସଂକ୍ରମିତ

ସୂଚନା ମୁତାବକ, ଆମେରିକାରେ E. Coli ର ସସ୍ପର୍ଶରେ ଆସି ୫ ଜଣଙ୍କର ମୃତ୍ୟୁ ଘଟିଛି । ଏବେବି ପାଖାପାଖି ୩୫ଟି ରାଜ୍ୟର ଶହେରୁ ଅଧିଳ ଲୋକ ଆକ୍ରାନ୍ତ ଅଛନ୍ତି । ଯାହାର ସୂଚନା Centers for Disease Control and Prevention (ସିଡିସି) ତରଫରୁ ସୂଚନା ମିଳିଛି । କୁହାଯାଉଛି କି, ଏହା  ସାଲାଡରେ ବ୍ୟବହୃତ ହେଉଥିବା ପତ୍ରରେ ରହିଥାନ୍ତି । ଆଉ ଏହି ପତ୍ରକୁ ସେବନ କରିବା ଦ୍ୱାରା ସଂକ୍ରମିତ ହୋଇଥାଏ ।

କାରଣ

ମିଳିଥିବା ସୂଚନା ମୁତାବକ, ଏହି ସଂକ୍ରମଣର ପ୍ରଥମ ମାମଲା ୧୩ ମାର୍ଚ୍ଚରେ ସାମ୍ନାକୁ ଆସିଥିଲା । ଆମେରିକାର Food and Drug Administration (ଏଫଡିଏ) ଯିଏକି ସିଡିସି ସହିତ ମିଶି ଏହି ସଂକ୍ରମଣର ଯାଂଚ କରୁଛି । ଏମାନଙ୍କ କହିବା କଥା ହେଲା କି, ଏହାର ସଂପର୍କ ସମ୍ଭବତଃ, ଥଣ୍ଡା ଅଂଚଳ ଏବଂ ଏରିଯୋମାର ୟୁମା ଅଂଚଳରେ ଉଠୁଥିବା ଉଦ୍ଭିଦ ତଥା କଂଚା ସାଲାଡରେ ବ୍ୟବହୃତ ହେଉଥିବା ପତ୍ର ସହ ରହିଛି । ଯେଉଁଥିରେ ଏହି ବ୍ୟାକ୍ଟେରୀଆ ଜନ୍ମ ନେଇଥାନ୍ତି ।

ଲକ୍ଷଣ

ସିଡିଏସ ମତାନୁସାରେ, ଇ-କୋଲାଇ ବାଲା ବ୍ୟାକ୍ଟେରିଆ ଯୁକ୍ତ ଆହାର ସେବାନ କରିବା ପରେ ଏହାର ଲକ୍ଷଣ ପାଖାପାଖି ୩ରୁ୪ ଦିନ ମଧ୍ୟରେ ସାମ୍ନାକୁ ଆସିଥାଏ । ଏଥିରେ ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କର ତରଳ କିମ୍ବା ରକ୍ତ ଝାଡା ହେବା, ଜ୍ୱର ହେବା କିମ୍ବା ଦୀର୍ଘଦିନ ଧରି ଲାଗି ରହିବା, ପେଟ ମୋଡିବା କିମ୍ବା ଯନ୍ତ୍ରଣା ହେବା ଏବଂ ବାରମ୍ବାର ବାନ୍ତି ଲାଗିବା ଆଦି ଏହାର ଲକ୍ଷଣ ଅଟେ । ଏଠାରେ ଆମେ କହି ରଖୁଛୁ କି, ନିପା ଭଳି ମଧ୍ୟ ଏହି ରୋଗର ଏଯାବତ୍ ସେଭଳି କୌଣସି ଔଷଧ ବାହାରି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More