Only for Entertainment

ଆପଣାନ୍ତୁ ହୋମ ଜିମ, ବ୍ୟସ୍ତତା ଜୀବନଶୈଳୀ ମଧ୍ୟରେ ନିଜକୁ ରଖନ୍ତୁ ଏକ୍ସଟ୍ରା ଫିଟ !

39

ବର୍ତ୍ତମାନ ଫିଟନେସ ଲାଇଫ୍‌ଷ୍ଟାଇଲ୍‌ରେ ଜିମ୍‌ ପ୍ରତ୍ୟେକ ଲୋକଙ୍କ ଆବଶ୍ୟକତା ପାଲଟିଯାଇଛି। ଯେଉଁ ଲୋକମାନେ ବ୍ୟସ୍ତ ବହୁଳ ୱାର୍କିଂ ଶିଡ୍ୟୁଲ୍‌ କାରଣରୁ ଜିମ୍‌ ପାଇଁ ସମୟ ବାହାର କରିପାରୁ ନାହାନ୍ତି, ସେମାନେ ହୋମ୍‌ ଜିମ୍‌କୁ ବିକଳ୍ପ ଭାବେ ଗ୍ରହଣ କରିପାରିବେ। ଯଦି ଆପଣ ଭାବୁଛନ୍ତି ଯେ ହୋମ୍‌ ଜିମ୍‌ ପାଇଁ ବହୁତ ସ୍ଥାନ ଓ ଉପକରଣର ଆବଶ୍ୟକତା ରହିଛି, ତେବେ ଆପଣଙ୍କର ଏହା ଭୁଲ୍‌ ଧାରଣା। ଅଧିକ ବ୍ୟବହାର କରାଯାଉଥିବା ଏକ୍ସରସାଇଜ୍‌ ଇକ୍ୟୁପ୍‌ମେଣ୍ଟ ଲଗାଇ ଜିମ୍‌ ତିଆରି କରାଯାଇପାରିବ। ଏହି ସିଙ୍ଗଲ ସେଟ୍‌ଅପ୍‌ରେ ବିଭିନ୍ନ ପ୍ରକାରର ଏକ୍ସରସାଇଜ୍‌ କରାଯାଇପାରେ। ଏହା ଆପଣଙ୍କୁ ଫିଟ୍‌ନେସ୍‌ ଓ ବ୍ୟାୟାମ କରିବାକୁ ଧ୍ୟାନରେ ରଖି ତିଆରି କରାଯାଇଛି। ରାହୁଲ କହିଛନ୍ତି ଯେ ହୋମ୍‌ ଜିମ୍‌ ଆପଣଙ୍କୁ ଏକ୍ସଟ୍ରା ଫିଟ୍‌ ମଧ୍ୟ ରଖିପାରିବ। ଶୁଭଜିତ ନାମକ ଜଣେ ଜିମ୍‌ ମାଲିକ କହିଛନ୍ତି ଯେ ଜିମ୍‌ରେ ୨-୩ ବର୍ଷର ସଦସ୍ୟତା ପାଇଁ ଯେତିକି ଟଙ୍କା ଦେବାକୁ ପଡ଼େ, ହୋମ୍‌ ଜିମ୍‌ ସେତିକି ଟଙ୍କା ଖର୍ଚ୍ଚ କରି ତିଆରି କରାଯାଇପାରିବ। କିନ୍ତୁ ଯାହା କିଛି ବି ବ୍ୟାୟାମ କରୁଛନ୍ତି, ଥରେ ସେ ସମ୍ପର୍କରେ ଟ୍ରେନରଙ୍କଠାରୁ ପରାମର୍ଶ ନିଅନ୍ତୁ। ଚାଲନ୍ତୁ ଜାଣିବା କେଉଁ ସବୁ ଇକ୍ୟୁପ୍‌ମେଣ୍ଟକୁ ନେଇ ଆପଣ ହୋମ୍‌ ଜିମ୍‌ କରିପାରିବେ।

ଏଲିପ୍ଟିକାଲ ଟ୍ରେନର
କ୍ୟାଲୋରୀ କମ୍‌ କରିବା ସହିତ ଏକ୍ସଟ୍ରା ଫ୍ୟାଟ୍‌ ହଟାଇବା ଲାଗି ଏହି ଏଲିପ୍ଟିକାଲ ଟ୍ରେନର କାମ ଦେଇଥାଏ। ଏହାର ମୂଲ୍ୟ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ।

ଷ୍ଟେପର
ଶରୀରର ନିମ୍ନ ଭାଗକୁ ଶେପ୍‌ରେ ରଖିବା ଲାଗି ଏହି ମେସିନ୍‌ କାମ ଦେଇଥାଏ। ଏବେ ବଜାରକୁ ଏପରି ଷ୍ଟେପର ଆସିଛି, ଯାହାର ସ୍ପିଡ୍‌ ଆପଣ ନିଜ ମୁତାବକ ଆଡଜଷ୍ଟ କରିପାରିବେ।

ଷ୍ଟେସ୍‌ନାରୀ ବାଇକ୍‌
ଏହା ଶରୀରର ନିମ୍ନ ଭାଗର ଫ୍ୟାଟ୍‌କୁ କମ୍‌ କରିବାରେ ସାହାଯ୍ୟ କରେ। ଏହାର ମୂଲ୍ୟ ୪ ହଜାରରୁ ଆରମ୍ଭ କରି ୧୨ ହଜାର ଟଙ୍କା ମଧ୍ୟରେ ରହିଛି।

ଡମ୍ବଲ ଓ ଗ୍ରୀପ୍‌ ପିଲର୍ସ
ଏହା ମସଲ୍ସ, ଷ୍ଟ୍ରେଚିଂ, ଷ୍ଟ୍ରିକିଂ ଓ ଉତ୍ତମ ଗ୍ରୋଥ୍‌ ପାଇଁ ସାହାଯ୍ୟ କରେ। ଏହାର ମୂଲ୍ୟ ୨ ହଜାର ଟଙ୍କାରୁ ଆରମ୍ଭ ହୋଇ ଓଜନ ମୁତାବକ ସ୍ଥିର ହୋଇଥାଏ। ଯେଉଁ ଲୋକେ ଓଜନ ଉଠାଇବାକୁ ଚାହୁ ନାହାନ୍ତି, ସେମାନଙ୍କ ପାଇଁ ଏବେ ରବର ଓ ପ୍ଲାଷ୍ଟିକ୍‌ ଡମ୍ବଲ ବଜାରରେ ମିଳୁଛି।

କ୍ରସ୍‌ ଟ୍ରେନର
ଅତିରିକ୍ତ ଚର୍ବି ହଟାଇବା ଲାଗି ଓ ଶେପ୍‌କୁ ମେଣ୍ଟେନ୍‌ ରଖିବା ଲାଗି ଏହି କ୍ରସ୍‌ ଟ୍ରେନର ମେସିନ୍‌ ସାହାଯ୍ୟ କରେ। ଏହାର ମୂଲ୍ୟ ୨୦ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ।

ଆବ୍‌ କ୍ରଞ୍ଚ
ପେଟର ଫ୍ୟାଟ୍‌ କମ୍‌ ଓ ଶେପ୍‌କୁ ମେଣ୍ଟେନ୍‌ ରଖିବା ଲାଗି ଏହି ଆବ୍‌ କ୍ରଞ୍ଚ ମେସିନ୍‌ ବ୍ୟବହାର କରାଯାଏ। ଏହାର ମୂଲ୍ୟ ୨୫ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ। ଏହାବ୍ୟତୀତ ମଲ୍ଟି ପ୍ରପୋସ ବେଞ୍ଚ, ସ୍କ୍ବାଟ୍‌ ଟ୍ରାକ୍‌, ସ୍ବିସ୍‌ ବଲ୍‌ସ, ମେଡିସିନ୍‌ ବଲ୍‌ସ ମଧ୍ୟ ଆପଣ ନିଜ ହୋମ୍‌ ଜିମ୍‌ରେ ସାମିଲ୍‌ କରିପାରିବେ।

ଟ୍ରେଡ୍‌ମିଲ୍‌
ଟ୍ରେଡ୍‌ମିଲ୍‌ର ମୂଲ୍ୟ ୧୫ ହଜାର ଟଙ୍କାରୁ ଆରମ୍ଭ କରି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏବେ ବଜାରକୁ ଏଭଳି ଟ୍ରେଡ୍‌ମିଲ୍‌ ଆସିଛି, ଆପଣ ଏହାକୁ ନିଜ ପସନ୍ଦ ମୁତାବକ ଆଡଜଷ୍ଟ କରିପାରିବେ।

ୱେଟ୍‌ ମେସିନ୍‌
ଏହି ୱେଟ୍‌ ମେସିନ୍‌କୁ ଶୋଲ୍ଡର ଓ ଥାଇ ଏକ୍ସରସାଇଜ୍‌ ପାଇଁ ବ୍ୟବହାର କରାଯାଏ। ଏହାର ସାଇଜ୍‌ ଅନୁସାରେ ଦାମ୍‌ ନିର୍ଦ୍ଧାରିତ ହୁଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More