Only for Entertainment

ଘିମିରି ସମସ୍ୟାରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ !

30

ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ଅସହ୍ୟ ଗରମର ତାତି ଘରୁ ବାହାରିବା ଯେଭଳି ମୁସ୍କିଲ ହୋଇଯାଉଛି । ଏହି ସମୟରେ ଖରାରୁ ରକ୍ଷା ପାଇବା ପାଇଁ ଆମେ ଫଳରସ,ପାଣି କ’ଣ କ’ଣ ପିଇଥାଉ । କିନ୍ତୁ ଗରମର ଜ୍ୱାଳାରେ ଶରୀରରେ ହେଉଥିବା ଘିମିରି ସମସ୍ୟାଠାରୁ ଆପଣ କେମିତି ବର୍ତ୍ତିବେ । ତେବେ ଆମେ ଏଠାରେ ଆପଣଙ୍କ ସମସ୍ୟାକୁ ଟିକେ କମ୍ କରିବା ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ଆପଣ ଘିମିରି ସମବସ୍ୟାରୁ ଉପସମ ପାଇପାରିବେ ।

ଏଥିରେ ଆପଣଙ୍କୁ ସାହାଯ୍ୟ କରିବ ସବୁଦିନେ ପିଉଥିବା ଟି ବ୍ୟାଗ୍ । ଆପଣ ବ୍ୟବହାର କରୁଥିବା ଟି ବ୍ୟାଗରୁ ଚା’ପିଇ ସାରି ଏହାକୁ ଫୋପାଡି ନଦେଇ ବ୍ୟବାହର କଲେ ଭଲ । ଏହି ଟି ବ୍ୟାଗକୁ ଫ୍ରିଜରେ ରଖି ,ଥଣ୍ଡା ହେବା ପରେ ଶରୀରର ଘିମିରି ହୋଇଥିବା ଅଂଶରେ ଲଗାଇଲେ . କୁଣ୍ଡେଇ ହେବା ସମସ୍ୟାରୁ ମୁକ୍ତି ମିଳେ ।

କିଛି ବୁନ୍ଦା ନଡିଆ ତେଲ ଏବଂ ଅଲିଭ ଅଏଲକୁ ମିଶାଇ ଏହି ମିଶ୍ରଣକୁ ଘିମିରି ହୋଇଥିବା ସ୍ଥାନରେ ଲଗାନ୍ତୁ ଫରକ କିଛି ଦିନ ମଧ୍ୟରେ ଜାଣିପାରିବେ ।\

ଟମାଟର ପେଷ୍ଟ ମଧ୍ୟ ଘିମିରିକୁ ଦୂରେଇବାରେ ସାହାଯ୍ୟ କରେ । ଘିମିରି ହୋଇଥିବା ସ୍ଥାନରେ ଟମାଟ ପେଷ୍ଟ ଲଗାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More