୫ ବର୍ଷୀୟ ଏହି ଝିଅର କେଶକୁ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ, ରାତାରାତି ପାଲଟିଲେ ଇଣ୍ଟରନେଟ ସେନସେସନ ।
ଦୁନିଆରେ ଟ୍ୟାଲେଣ୍ଟ କିଛି କମ ନାହିଁ । କିନ୍ତୁ ସୋସିଆଲ ମିଡିଆ ଆସିବା ପର ଠାରୁ ଆମେ ଏପରି ଅନେକ ଟ୍ୟାଲେଣ୍ଟ ଦେଖିବାକୁ ପାଉଛେ ଯାହା ଖୁବ ଆଶ୍ଚର୍ଯ୍ୟ କରିଦେବା ଭଳି । କାହା ପାଖରେ ଟ୍ୟାଲେଣ୍ଟ ଅଛି ତ କାହା ପାଖରେ ଏପରି ସୁନ୍ଦରତା ଏବଂ ଫିଚର୍ସ ରହିଛି ଯାହାକୁ ବିଶ୍ୱାସ କରିବା ମଧ୍ୟ ଅସମ୍ଭବ । ଏମିତି ତ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ କିନ୍ତୁ ଆଜି ଆମେ ଏପରି ଏକ ଝିଅ ସହିତ ପରିଚିତ କରାଇବୁ ଯେ ରାତା ରାତି ଇଣ୍ଟରନେଟ ସେନସେସନ ପାଲଟିଛନ୍ତି ।
ଆଜ୍ଞା ହଁ, ଏହି ଝିଅର ନାମ ହେଉଛି ମିୟା ଅଫଲାଲୋ ଶୁନେମ । ବୟସ ମାତ୍ର ୫ ବର୍ଷ । ମିୟା ଇଜରାୟଲର ବାସିନ୍ଦା । ଏହି ଛୋଟ ଝିଅଟିର କେଶ ଏତେ ସୁନ୍ଦର ଏବଂ ଲମ୍ବା ଯେ ଦେଖିବା ପରେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ମିୟାଙ୍କର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ମାତ୍ର ୧୨ ଟି ଫଟୋ ସେୟାର କରାଯାଇଛି । ଏହାପରେ ମଧ୍ୟ ତାଙ୍କର ୫୭ ଫଲୋୟର୍ସ ଅଛନ୍ତି । ମିୟାଙ୍କ କେଶ ତ ସୁନ୍ଦର ଏଥିରେ ସନ୍ଦେହ ନାହିଁ କିନ୍ତୁ ତାଙ୍କ ହେୟାର ଷ୍ଟାଇଲ ମଧ୍ୟ ଆହୁରି ସୁନ୍ଦର । ମିୟାଙ୍କର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ମଧ୍ୟ ତାଙ୍କ କେଶକୁ ଖୁବ ପସନ୍ଦ କରିଛନ୍ତି ।
ଦେଖନ୍ତୁ ଫଟୋ ଏବଂ ଭିଡିଓ-