Only for Entertainment

ସିନେମା ଘରେ ଧମାଲ ମଚାଉଛି ରାଜକୁମାର ଏବଂ ଶ୍ରଦ୍ଧାଙ୍କ ଫିଲ୍ମ ‘ସ୍ତ୍ରୀ’, ସଫଳତାକୁ ଦେଖି ନିର୍ମାତା ନେଲେ ଏହି ନିର୍ଣ୍ଣୟ ।

Indiawest
0 33

ଗତ ଶୁକ୍ରବାର ଅଭିନେତା ରାଜ କୁମାର ରାଓ ଏବଂ ଶ୍ରଦ୍ଧା କପୁର ଷ୍ଟାରର ହରର କମେଡି ଫିଲ୍ମ ‘ସ୍ତ୍ରୀ’ ବକ୍ସ ଅଫିସରେ ରିଲିଜ ହୋଇଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅମର କୌଶିକ । ଅମର ଏହା ପୂର୍ବରୁ ଗୋ ଗୋଆ ଗନ ପରି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ଅମରଙ୍କ ପାଖରେ ହରର ଏବଂ କମେଡି ଜୋନର ଏକ୍ସପିରିଏନ୍ସ ଥିବାରୁ ସେ ଏହାକୁ ଫିଲ୍ମରେ ସଠିକ ଉପଯୋଗ କରିଛନ୍ତି । ଫିଲ୍ମ ରିଲିଜ ହେବାରୁ ୩ ଦିନ ହୋଇଗଲାଣି ଏହା ପରେ ମଧ୍ୟ ଫିଲ୍ମକୁ ଦେଖିବା ପାଇଁ ସିନେମା ହଲ ଗୁଡିକରେ ଭିଡ ଦେଖିବାକୁ ମିଳୁଛି ।

ଟ୍ରେଡ ଏକ୍ସପର୍ଟ ତରଣ ଆଦର୍ଶ ଟ୍ୱିଟ କରି ଫିଲ୍ମର ୩ ଦିନର କଲେକ୍ସନ ବିଷୟରେ ସୂଚନା ଦେଇଛନ୍ତି । ତରଣ ଟ୍ୱିଟ କରି କହିଛନ୍ତି, ‘ଫିଲ୍ମ ସ୍ତ୍ରୀ ଦେଖିବା ପାଇଁ ମଲ୍ଟିପ୍ଲେକ୍ସ ଠାରୁ ଆରମ୍ଭ କରି ସିଙ୍ଗଲ ସ୍କ୍ରିନ ସବୁଠାରୁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳୁଛି । ଫିଲ୍ମ ଶୁକ୍ରବାର ୬.୮୨ କୋଟି, ଶନିବାର ୧୦.୮୭ କୋଟି ଏବଂ ରବିବାର ୧୩.୫୭ କୋଟି ଆୟ କରିଛି । ଫିଲ୍ମ ମୋଟରେ ୩୧.୨୬ ଆୟ କରି ସାରିଛି ।’


ଏହି ଫିଲ୍ମରେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ବ୍ୟତିତ ଅପାରଶକ୍ତି ଖୁରାନା, ବିଜୟ ରାଜ, ପଙ୍କଜ ତ୍ରୀପାଠୀ ଏବଂ ଅଭିଷେକ ବନର୍ଜୀ ପରି କଳାକାର ନଜର ଆସିଛନ୍ତି । ସବୁଠାରୁ ବଡ କଥା ହେଉଛି ଫିଲ୍ମର ସଫଳତାକୁ ଦେଖିବା ପରେ ଫିଲ୍ମ ନିର୍ମାତା ଏହାର ଦ୍ୱିତୀୟ ପାର୍ଟ ନିର୍ମାଣ କରିବାର ନିର୍ଣ୍ଣୟ ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More