Only for Entertainment

ବୃଦ୍ଧାଶ୍ରମରେ ଜେଜେମାଙ୍କ ସହ ନାତୁଣୀଙ୍କ ଇମୋସନାଲ ଫଟୋ ଭାଇରାଲ, ଜାଣନ୍ତୁ ଫଟୋ ପଛର ସତ୍ୟତା !

0 52

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋ ସମସ୍ତଙ୍କୁ ଭାବୁକ କରି ପକାଇଛି । ଫଟୋରେ ଜଣେ ବୃଦ୍ଧା ଏବଂ ଛୋଟ ଝିଅଟି କାନ୍ଦୁଥିବାର ନଜର ଆସିଛନ୍ତି । କାରଣ ଏହି ଫଟୋରେ ଥିବା ବୃଦ୍ଧା ମହିଳା ଏବଂ ଛୋଟ ଝିଅ ଦୀର୍ଘ ଦୁଇ ବର୍ଷ ପରେ ଭେଟ ହୋଇଛନ୍ତି । ବୃଦ୍ଧା ମହିଳା ଜଣକ ସ୍କୁଲ ୟୁନିଫର୍ମରେ ନଜର ଆସୁଥିବା ଝିଅର ଜେଜେମା’ ଅଟନ୍ତି , ଯାହାଙ୍କୁ ବୃଦ୍ଧାଶ୍ରମରେ ଛାଡି ଦିଆଯାଇଛି । ଏହି ଝିଅଟି ବାରମ୍ବାର ବାପା-ମାଙ୍କୁ ଜେଜେମାଙ୍କ ବିଷୟରେ ପଚାରୁଥିବାରୁ ଘର ଲୋକ କହୁଥିଲେ ସମ୍ପର୍କୀୟଙ୍କ ଘରକୁ ଯାଇଛନ୍ତି । ଏବଂ ଖୁବ ଶୀଘ୍ର ଘରକୁ ଆସିଯିବେ ।

ଅସଲରେ ସ୍କୁଲରେ ବୃଦ୍ଧାଶ୍ରମ ଟୁର କରିବା ପାଇଁ ନେଇ ଯାଇଥିଲେ , ଯେଉଁଠାରେ ଏହି ଝିଅଟିକୁ ନିଜ ଜେଜେମାଙ୍କ ବିଷୟରେ ଜଣା ପଡିଥିଲା । ସେ ଜାଣିବାକୁ ପାଇଥିଲା ଯେ ତା’ ଜେଜେମା କୌଣସି ସମ୍ପର୍କୀୟଙ୍କ ଘରକୁ ନୁହଁନ୍ତି ବରଂ ବୃଦ୍ଧାଶ୍ରମରେ ରହୁଛନ୍ତି । ଏତେ ବର୍ଷ ପରେ ଦେଖାହେବା କାରଣରୁ ଦୁହେଁ ଖୁବ କାନ୍ଦିଥିଲେ ।

ଏହି ଫଟୋକୁ ଶେୟାର କରି ଆଇପିଏସ ଅଧିକାରୀ ନବନିତ ସିକେରା ଲେଖିଛନ୍ତି ଯେ ‘ଏହି ଘଟଣାକୁ ପଢି ସେ ସ୍ତବ୍ଧ ହୋଇ ଯାଇଥିଲେ ।’ କ୍ରିକେଟର ହରଭଜନ ସିଂ ମଧ୍ୟ ଏହି ଫଟୋକୁ ଟ୍ୱିଟରରେ ଶେୟାର କରିଛନ୍ତି । ବିବିିସି ମୁତାବକ ଏହି ଫଟୋ ୨୦୦୭ର ଅଟେ ଏବଂ ଏହି ମୂହୁର୍ତ୍ତକୁ କ୍ୟାପଚର କରିଛନ୍ତି କଳ୍ପେଶନ ବାଛେଛ ନାମକ ଫଟୋଗ୍ରାଫର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More