Only for Entertainment

ଶାର୍କକୁ ଖାଦ୍ୟ ଖୁଆଉଥିବା ବେଳେ ଏଭଳି ହେଲା ପରିସ୍ଥିତି, ଦେଖିଲେ ଥରି ଉଠିବ ଛାତି ।

youtube
0 76

ସମୁଦ୍ରରେ ବୁଲୁଥିବା ସମୟରେ ଶାର୍କକୁ ଖାଦ୍ୟ ଖୁଆଉଥିବା ବେଳେ ମହିଳା ଜଣକ ବିପଦର ସମ୍ମୁଖୀନ ହୋଇଛନ୍ତି । ଅଷ୍ଟ୍ରେଲିଆର ପର୍ଥରେ ରହୁଥିବା ମେଲିସ ବ୍ରୁନିଂ ଶାର୍କକୁ ନିଜ ହାତରେ ଖାଦ୍ୟ ଖୁଆଉଥିଲେ । ଏହାମଧ୍ୟରେ ଶାର୍କ ତାଙ୍କୁ ପାଣିକୁ ଟାଣି ନେଇଥିଲା । ଯେତେବେଳେ ସେ ପାଣିରେ ପଡିଗଲେ ସେହି ସମୟରେ ତାଙ୍କ ଚାରି ପାଶ୍ୱର୍ରେ ଆହୁରି ୩ଟି ଶାର୍କ ଥିଲେ । ସେହି ସମୟରେ ମେଲିକାଙ୍କ ବନ୍ଧୁ ତାଙ୍କୁ ବଂଚାଇ ନେଇଥିଲେ ।

ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଳାଗିଛି । ମେଲିସା କହିଛନ୍ତି ଯେ ଶାର୍କ ତାଙ୍କ ହାତ ଭିହି ନେଇଥିଲା ଯାହା ଫଳରେ ସେ ପାଣିରେ ପଡି ଯାଇଥିଲେ । ସମୟରେ ତାଙ୍କ ବନ୍ଧୁ ବଂଚାଇ ଦେବାରୁ ସେ ଆଜି ଜୀବିତ ଥିବା କହିଛନ୍ତି ମେଲିସା । ଡାକ୍ତର ତାଙ୍କର ଚିକିତ୍ସା କରି ସୁସ୍ଥ ଥିବା ଜଣାଇଛନ୍ତି । ତାଙ୍କ ଆଙ୍ଗୁଳିରେ ସେ ବ୍ୟଥା ଅନୁଭବ କରୁଛନ୍ତି, ମାତ୍ର ଡାକ୍ତର ଏହାକୁ ସାଧାରଣ ବତାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More