Only for Entertainment

BIRTHDAY SPECIAL : ହଲିଉଡରେ ଭାରତର ନାମକୁ ପରିଚିତ କରିବାର ଅସଲି ହକଦାର ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଏହି ଫିଲ୍ମ ହେଉଛି ତାହାର ପ୍ରମାଣ

google
34

ଦୁନିଆର ସବୁଠାରୁ ବଡ ଫିଲ୍ମ ଇଣ୍ଡଷ୍ଟ୍ରୀ ହଲିଉଡର ଚମକ ଖୁବ ନିଆରା । ହଲିଉଡରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ପ୍ରତ୍ୟେକ କଳାକାର ସ୍ୱପ୍ନ ଦେଖିଥାନ୍ତି । ନିଜ ନାମକୁ ପୂରା ଦୁନିଆରେ ପରିଚିତ କରିବା ପାଇଁ ପ୍ରତ୍ୟେକ ଆକ୍ଟର ଚାହିଁଥାନ୍ତି । ବର୍ତ୍ତମାନ ସମୟରେ ପ୍ରିୟଙ୍କା ଏବଂ ଦୀପିକା ପାଦୁକୋନ ହଲିଉଡ ଫିଲ୍ମରେ କାମ କରି ନଦେଶର ନାମକୁ ପୂରା ବିଶ୍ୱରେ ପରିଚିତ କରାଇଛନ୍ତି । କିନ୍ତୁ ହଲିଉଡ ଦୁନିଆରେ ଭାରତର ଅସଲି ନାମ ଯେଉଁ ଅଭିନେତ୍ରୀ ପକ୍କା କରିଥିଲେ ସେ ହେଉଛନ୍ତି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ।

ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଥିବା ନୀଳ ନୟନାଙ୍କ ଦିୱା କେବଳ ବଲିଉଡ ନୁହେଁ ହଲିଉଡ ମଧ୍ୟ । ନିକଟରେ ଐଶ୍ୱର୍ଯ୍ୟା ଆଞ୍ଜୋଲିନା ଜୋଲୀଙ୍କ ଫିଲ୍ମ ‘ମେଲେଫିସେଣ୍ଟ: ମିଷ୍ଟ୍ରିସ ଅଫ ଇଭିଲ’ର ହିନ୍ଦୀ ଭର୍ସନ ପାଇଁ ଭଏସ ଦେଇଛନ୍ତି । କିନ୍ତୁ ସବୁଠାରୁ ଖାସ କଥା ହେଉଛି ଏହାର ହିନ୍ଦୀ ଭର୍ସନକୁ ପ୍ରମୋଟ କରିବା ପାଇଁ ଐଶ୍ୱର୍ଯ୍ୟାଙ୍କୁ ନେଇ ଏକ ଖାସ ଟ୍ରେଲର ସୁଟ ମଧ୍ୟ କରାଯାଇରଛି ।

ଆଜି ଅଭିନେତ୍ରୀ ଐଶ୍ୱର୍ଯ୍ୟା ୪୬ବର୍ଷରେ ପାଦ ଦେଇଛନ୍ତି । କିନ୍ତୁ ବୟସର ଏହି ଦ୍ୱାରରେ ମଧ୍ୟ ତାଙ୍କ ସୁନ୍ଦର ଆଜି ମଧ୍ୟ ସେମିତି ରହିଛି । ଐଶଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କର କିଛି ବିଦେଶୀ ଫିଲ୍ମ ବିଷୟରେ ଯାହା ତାଙ୍କର ନାମ କୁ ହଲିଉଡରେ ଖାସ ପରିଚୟ ଦେଇଛି ।

ବ୍ରାଇଡ ଆଣ୍ଡ ପ୍ରିଜ୍ୟୁଡିସ-

ପ୍ରସିଦ୍ଧ ନିର୍ଦ୍ଦେଶକ ଗୁରିନ୍ଦର ଚଡ୍ଢାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ବ୍ରାଇଡ ଆଣ୍ଡା ପ୍ରିଜ୍ୟୁଡିସ ୨୦୦୪ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଲଲୀତା ବକ୍ସି ଭୂମିକାରେ ନଜର ଆସିଥିଲେ । ଫିଲ୍ମରେ ଐଶଙ୍କ ସହିତ ମାର୍ଟିନ ହେଣ୍ଡର୍ସନ, ଡେନିୟଲ ଗିଲ୍ଲୀସ ଏବଂ ନବୀନ ଏଣ୍ଡ୍ରୁୟୁସ ପରି ଅଭିନେତା ନଜର ଆସିଥିଲେ ।

ଦ ମିଷ୍ଟ୍ରି ଅଫ ସ୍ପାଇସେଜ
ଏହି ଫଲ୍ମ ୨୦୦୫ରେ ରିଲିଜ ହୋଇଥିଲା । ଐଶଙ୍କ ଏହି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଫିଲ୍ମକୁ ପଲ ମାଏଦା ବର୍ଜସ ନିର୍ଦ୍ଦେଶନା ଦେଇଥଲେ । ଫିଲ୍ମରେ ଐଶ୍ୱର୍ଯ୍ୟା ସପକିପର ଭୂମିକାରେ ନଜର ଆସିଥିଲେ ।

ପ୍ରୋବୋକ୍ଡ
ଜଗମୋହନ ମୁନ୍ଦ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ କୀରଣଜୀତ ଅହଲୁୱାଲିଆଙ୍କ ଅସଲୀ କାହାଣୀ ଉପରେ ଆଧାରିତ । କୀରଣଜୀତଙ୍କ ଭୂମିକାରେ ଐଶ୍ୱର୍ଯ୍ୟା ନଜର ଆସିଥିଲେ । ଫିଲ୍ମରେ ଐଶଙ୍କ ସହିତ ନବୀନ ଏଣ୍ଡ୍ରୁୟୁସ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ ଫିଲ୍ମରେ ଜଣେ ମହିଳା ତାଙ୍କ ଅତ୍ୟାଚାରୀ ପତିଙ୍କୁ ହତ୍ୟା କପରି କରୁଛନ୍ତି ତାହା ଉପରେ ଆଧାରିତ ।

ଦ ଲାଷ୍ଟ ଲିଜନ
୨୦୦୭ରେ ଏହି ଫିଲ୍ମ ପରଦାକୁ ଆସିଥିଲା । ଏହି ଐତିହାସିକ ଫିଲ୍ମକୁ ଲେଫଲର ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମରେ କର୍ଲିନ ଫର୍ଥଙ୍କ, ବେନ କିଂଗସଲେଙ୍କ ସହିତ ଐଶ୍ୱର୍ଯ୍ୟା ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ଦ ପିଙ୍କ ପ୍ୟାନ୍ଥର ୨
୨୦୦୦ରେ ଏହି ଫିଲ୍ମ ରିଲିଜ ହୋଇଥଲା । ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ହେରାଲ୍ଡ ଜ୍ୱାଟ ର୍ । ଏହି କମେଡୀ ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ସହିତ ଷ୍ଟିଭ ମାର୍ଟିନ, ଜୀନ ରେନୋ ଏବଂ ଅଲଫ୍ରେଡ ମୋଲିନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More