Only for Entertainment

ରିଲିଜ ହେଲା ଜିରୋର ଅନ୍ୟ ଏକ ଗୀତ ‘ହିର ବଦନାମ’ ।

youtube
43

କ୍ୟାଟ୍ରିନା କୈଫ,ଅନୁଷ୍କା ଶର୍ମା ଏବଂ ଶାହାରୁଖ ଖାନ ଅଭିନୀତ ଫିଲ୍ମ ଜିରୋର ଟ୍ରେଲର ରିଲିଜ ହେବା ପରଠାରୁ ଦର୍ଶକ ତାହାର ଦିୱାନା ହୋଇ ଯାଇଛନ୍ତି । ଫିଲ୍ମର ଟିଜର ଏବଂ ଗୀତ ପୂର୍ବରୁ ରିଲିଜ ହୋଇ ସାରିଛି ଏବଂ ଦର୍ଶକ ଏହାକୁ ଖୁବ ପସନ୍ଦ କରୁଛନ୍ତି । ଗୁରୁବାରକୁ ଫିଲ୍ମର ନୂଆ ଗୀତ ହିର ବଦନାମ ରିଲିଜ ହୋଇଛି । ଅପଲୋଡ ହେବା ମାତ୍ରେ ଏହି ଗୀତ ଧମାଲ ଖେଳାଇଛି । ଗୀତରେ କ୍ୟାଟ୍ରିନା କୈଫ ଖୁବ ବୋଲ୍ଡ ଏବଂ ଆକ୍ସନର ସହିତ ନଜର ଆସିଛନ୍ତି ।

ଫିଲ୍ମ ଭଲ ଇନକମ କରିବ ବୋଲି ଅନୁମାନ କରାଯାଉଛି । ଟ୍ରେଣ୍ଡ ପଣ୍ଡିତଙ୍କ କହିବା ଅନୁସାରେ ବକ୍ସ ଅଫିସରେ ଫିଲ୍ମ ଭଲ ପ୍ରଦର୍ଶନ କରିବ । ଓପନିଙ୍ଗ ଦିନ ଫିଲ୍ମ ୨୮ରୁ ୩୦ କୋଟି ବିଜନେସ କରିପାରେ ।

୨୦୦ କୋଟି ବଜେଟର ଏହି ଫିଲ୍ମରେ ଶାହାରୁଖ ବଉଆ ସିଂ ନାମକ ଏକ ବାମନ ଚରିତ୍ରରେ ନଜର ଆସିବେ । କ୍ୟାଟ୍ରିନା ଏକ ରକଷ୍ଟାର ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More