Only for Entertainment

ଆଲର୍ଜିର ଶୀକାର ହେଉଥିଲେ କରନ୍ତୁ ଏହି ଉପାୟ ।

Healthline
0 22

ଆଲର୍ଜି ହେଲେ ଲୋକେ ବିରକ୍ତ ହୁଅନ୍ତି। ଆଲର୍ଜିର ସଂକ୍ରମଣ ଶରୀରର ବିଭିନ୍ନ ଅଙ୍ଗ ଯଥା ନାକ,ଆଖି,ଗଳା ଓ ତ୍ୱଚା ଆଦି ଉପରେ ବିଶେଷ କୁପ୍ରଭାବ ପକାଇଥାଏ। ଆଲର୍ଜିର ଚିକିତ୍ସା ଲାଗି ଆମକୁ ଚିକିତ୍ସକଙ୍କ ପରାମର୍ଶ ନେବାକୁ ପଡ଼ିଥାଏ ଓ ଆବଶ୍ୟକୀୟ ଓଷଧ ସେବନ କରିବାକୁ ପଡ଼ିଥାଏ। କିନ୍ତୁ ଆପଣ ଯଦି ନିମ୍ନଲିଖିତ ଆଣ୍ଟି-ଆଲର୍ଜି ସୁପରଫୁଡ୍‌ ଖାଇବେ,ତେବେ ଆଲର୍ଜିରୁ ରକ୍ଷା ପାଇପାରିବେ।
ଏବେ ଆସନ୍ତୁ ଜାଣିବା ଏହି ଖାଦ୍ୟ ସଂପର୍କରେ ….

ସେଓ:-ପ୍ରତିଦିନ ଗୋଟିଏ ଲେଖାଏଁ ସେଓ ସେବନ କରିଲେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ସୁସ୍ଥ ରହେ ଓ ଆଲର୍ଜିଠାରୁ ଶରୀରକୁ ଦୂରେଇ ରଖିଥାଏ।
ଅଦା ଚା’:-ପ୍ରତିଦିନ ଦୁଇ କପ୍‌ ଅଦା ଚା’ ପିଇଲେ ମଧ୍ୟ ଆଲର୍ଜିରୁ ମୁକ୍ତି ମିଳିଥାଏ।

ହଳଦୀ:- ହଳଦୀରେ କରକୁମିନ୍‌ ନାମକ ଏକ ପଦାର୍ଥ ମିଳିଥାଏ।ଏହା ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ଟ୍‌। ପ୍ରତିଦିନ ଏକ ଛୋଟ ଚାମଚ ହଳଦୀ ଗୁଣ୍ଡ ଏକ ଗ୍ଲାସ୍‌ ଗରମ କ୍ଷୀରରେ ମିଶାଇ ପିଇଲେ ଆଲର୍ଜି ହୋଇନଥାଏ। ଆପଣ ଖାଦ୍ୟରେ ଅଧିକ ମାତ୍ରାର ହଳଦୀର ପ୍ରୟୋଗ କରିଲେ ମଧ୍ୟ ସମାନ ଫଳ ମିଳିଥାଏ।

ରସୁଣ:-ରସୁଣ ଏକ ଆଣ୍ଟି ଆଲର୍ଜିକ୍‌ ସୁପରଫୁଡ୍‌। ଦିନରେ ଯଦି ଆପଣ ଗୋଟିଏ ବା ଦୁଇଟି ରସୁଣ ଖାଉଛନ୍ତି,ତେବେ ଆାପଣଙ୍କୁ ଆଲର୍ଜିରୁ ରକ୍ଷା ମିଳିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More