ବୟସ୍କ ବ୍ୟକ୍ତି ନିହାତି ଖାଆନ୍ତୁ ସାଲାଡ ।
ଆଜିକାଲି ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସାମାନ୍ୟ ବୟସ ବଢିବା ପରେ ଆଣ୍ଠୁ ଗଣ୍ଠି ବିନ୍ଧା ଆରମ୍ଭ ହୋଇଯାଏ । କିନ୍ତୁ ଔଷଧ ଖାଇବା ପୂର୍ବରୁ ଆପଣ ଏହାକୁ ଖାଦ୍ୟ ପେୟ ମାଧ୍ୟମରେ ନିୟନ୍ତ୍ରଣ କରିପାରିବେ ।
ସାଲାଡ୍ରେ ପ୍ରଚୁର ପରିମାଣରେ ଭିଟାମିନ୍, ଫୋଲିକ୍ ଏସିଡ୍, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୌହ ଓ ପୋଟାସିୟମ ଭଳି ପୁଷ୍ଟିକର ଉପାଦାନ ରହିଥାଏ। ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହିତ ହାଡ଼କୁ ମଜଭୁତ ରଖିଥାଏ। ଯଦି କୌଣସି କାରଣରୁ ଶରୀରରେ କ୍ୟାଲସିୟମ କମ୍ ହୋଇଯାଇଥାଏ ତେବେ ସାଲାଡ୍ ଖାଇବା ଦ୍ୱାରା ବିଶେଷ ଉପକାର ମିଳିଥାଏ। ଶରୀରର ଛୋଟ ବଡ଼ କାମ ହାଡ଼ ଉପରେ ହିଁ ନିର୍ଭର କରିଥାଏ। ତେଣୁ ଅଷ୍ଟିଓପୋରୋସିସ୍ ବା ଆଣ୍ଠୁଗଣ୍ଠି ବାତ ନ ହେବାପାଇଁ ପ୍ରତିଦିନ ସାଲାଡ୍ ଖାଇବା ଆବଶ୍ୟକ । ସବୁଜ ପନିପରିବା ଦେହ ପାଇଁ ଉପକାରୀ ହୋଇଥାଏ। ପ୍ରତିଦିନ ସାଲାଡ୍ ଖାଇବା ଦ୍ୱାରା ଶରୀରକୁ ତନ୍ତୁ ଜାତୀୟ ଖାଦ୍ୟ ଉପଯୁକ୍ତ ମାତ୍ରାରେ ଯାଇଥାଏ। ଫଳରେ ମେଦବହୁଳତା ହେବାର ଆଶଙ୍କା ହ୍ରାସ ପାଇଥାଏ। ଡାଇବେଟିସ୍ ରୋଗୀଙ୍କ ସାଲାଡ୍ ଅତ୍ୟନ୍ତ ଉପଯୋଗୀ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ସାଲାଡ୍ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରରଲ୍ ମାତ୍ରା କମିଥାଏ। ଫଳରେ ହୃଦ୍ଘାତ ଆଶଙ୍କା ହ୍ରାସ ପାଇଥାଏ।