Only for Entertainment

କଙ୍ଗନାଙ୍କ ପରେ ପ୍ରିୟଙ୍କାଙ୍କୁ ନେଇ ଏବେ ବିବାଦରେ ଅଭିନେତା ହ୍ରିତିକ ରୋଶନ !

SpotboyE.
0 62

କଙ୍ଗନା ରଣାୱତ ପରେ ଏବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ପଙ୍ଗା ନେଇଛନ୍ତି ବଲିଉଡ୍ ହାଣ୍ଡସମ ଅଭିନେତା ହ୍ରିତିକ୍ ରୋଶନ୍ । ହ୍ରିତିକ୍ ନିଜ ଫିଲ୍ମ କ୍ରିଶ୍ ର କୋଷ୍ଟାରଙ୍କୁ କିଛି ଏମିତି କିଛି କହି ସମ୍ବୋଧନ କରିଛନ୍ତି ଯେ, ତାକୁ ନେଇ ଏହି ଦୁଇ ସେଲିବ୍ରିଟିଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିବାଦ । ତେବେ ଯଦି ଏମାନଙ୍କ ମଧ୍ୟରେ ଏହି ବିବାଦର ସମାଧାନ ନହୁଏ, ତାହାଲେ କ୍ରିଶ୍ – ଫୋରରେ ହ୍ରିତିକଙ୍କ ନାୟିକା କିଏ ହେବ ତାକୁ ନେଇ ଏବେ ପ୍ରଶ୍ନ ଉଛିଠି ।

hrithik

ହ୍ରିତିକ୍ ରୋଶନ ସବୁବେଳେ କିଛି ନା କିଛି କାରଣ ପାଇଁ ବିବାଦରେ ରହିଥାନ୍ତି । ବିଶେଷ କରି ତାଙ୍କର ପଙ୍ଗା ବଲିଉଡ ନାୟିକାମାନଙ୍କ ସହ ହୋଇଥାଏ । ପ୍ରଥମେ ତ’ କଙ୍ଗନା ରଣାୱତଙ୍କ ସହ ତାଙ୍କର ବିବାଦ ତାଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ରଖିଥିଲା ହେଡ୍ଲାଇନ୍ସରେ । ଏବେ ଆଉ ଜଣେ ବଲିଉଡ୍ ନାୟିକାଙ୍କ ସହ ତାଙ୍କର ପଡୁନଥିବା ଖବର ଶୁଣିବାକୁ ମିଳୁଛି । ସେ ହେଲେ ବଲିଉଡରୁ ହଲିଉଡ୍ ନାୟିକାର ଆଖ୍ୟା ପାଇଥିବା ପ୍ରିୟଙ୍କା ଚୋପ୍ରା । ଆଜ୍ଞା ହଁ ହ୍ରିତିକ୍ ନିଜ ଫିଲ୍ମ କ୍ରିଶର କୋ-ଷ୍ଟାର୍ ପ୍ରିୟଙ୍କା ସହ ହିଁ ଶତୃତା କରିନେଇଛନ୍ତି ।

Priyanka-Chopra-Krrish-4

ଶୁଣିବାକୁ ମିଳିଛି ହ୍ରିତିକ୍, ପ୍ରିୟଙ୍କାଙ୍କୁ ଏଣ୍ଡୁଅ ବୋଲି କମେଂଟ୍ କରିଥିଲେ । ପ୍ରିୟଙ୍କା ଚୋପ୍ରା ନିକଟରେ ଭେଟିଦେଇଥିବା ନିଜ ବାଓଗ୍ରାଫିରେ ଉଲ୍ଲେଖ କରିଥିଲେ, କ୍ରିଶ୍ – ଥ୍ରୀର ସୁଟିଂ ସେଟରେ ଥରେ ହ୍ରିତିକ୍ ତାଙ୍କୁ ଏଣ୍ଡୁଅ କହି ସମ୍ବୋଧନ କରିଥିଲେ । ତେବେ ଏଥିରେ ହ୍ରିତିକ୍ ରୋଶନଙ୍କର କୌଣସି ଖରାପ ଉଦ୍ଦେଶ୍ୟ ନଥିଲା । ଥରେ ସୁଟିଂ ସେଟରେ ପ୍ରିୟଙ୍କା ଅସୁସ୍ଥ ହୋଇ ବେହୋଶ ହୋଇଯାଇଥିଲେ, ଏବଂ ହ୍ରିତିକ୍ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଥିଲେ । ସେତେବେଳେ ପ୍ରିୟଙ୍କାଙ୍କୁ ହୋସ୍ ଆସିଯାଇଥିଲା, ଏବଂ ସେ ହ୍ରିତିକଙ୍କ ଉପରେ ରାଗି ଯାଇଥିଲେ ଆଉ ତାଙ୍କୁ ତୁରନ୍ତ ଓହ୍ଲାଇବାକୁ କହିଥିଲେ । ଏହି ଘଟଣା ପରେ ହ୍ରିତିକ୍, ପ୍ରିୟଙ୍କାଙ୍କୁ ଏଣ୍ଡୁଅ ବୋଲି କହିଥିଲେ । ଯାହା ପରେ ହ୍ରିତିକଙ୍କ ଉପରେ ପ୍ରିୟଙ୍କା ରାଗିଯାଇଥିଲେ । ଆଉ ଆଜି ଯାଏ ବି ସେ ହ୍ରିତିକଙ୍କ ଉପରେ ଅଭିମାନ କରିଥିବା ଏକ ଇଂଟରଭ୍ୟୁରେ କହିଛନ୍ତି । ଯଦି ଏମିତି ଲାଗିରହେ ତାହାଲେ, କ୍ରିଶ୍ – ଫୋରରେ ହ୍ରିତିକଙ୍କ ନାୟିକା କିଏ ହେବ ସେ କଥା ଆଗାମି ଦିନରେ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More