Only for Entertainment

ବଦଳିଗଲା ହ୍ରିତିକ ରୋଶନଙ୍କ ‘ସୁପର ୩୦’ର ରିଲିଜ ଡେଟ । ସାମ୍ନାକୁ ଆସିଲା ଏକତା କପୂରଙ୍କ ମନ୍ତବ୍ୟ ।

bollywood tadka
25

ବଲିଉଡ ଆକ୍ଟର ହ୍ରିତିକ ରୋଶନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାହା ତାଙ୍କ ବ୍ୟକ୍ତିଗତ ଜୀବନ ହେଉ ବା ଆନୁଷ୍ଠାନିକ ଜୀବନ । ଏହା ଆପଣ ଜାଣିଥିବେଯେ ହ୍ରିତିକ ରୋଶନ ଏବେ ତାଙ୍କର ଅପକମିଂ ଫିଲକମ ‘ସୁପର ୩୦’କୁ ନେଇ ଚଚ୍ଚାରେ ଅଛନ୍ତି । ଏହା ଏକ ସତ୍ର ଘଟଣା ଉପରେ ଆଧାରିତ ଫିଲ୍ମ । ପ୍ରଥମେ ଫିଲ୍ମକୁ ନେଇ କୁହାଯାଉଥିଲାଯେ ଏହା ୨୬ ଜୁଲାଇକୁ ସିନେମା ଘରେ ରିଲିଜ ହେବ, କିନ୍ତୁ ଏବେ ଏଥିରେ ପରିବର୍ତ୍ତନ ହୋଇଥିବା ଶୁଣିଥିବା ମିଳିଛି । ଖବର ଅନୁସାରେ ନିର୍ମାତା କହିଛନ୍ତିଯେ ଫିଲ୍ମ ୧୨ ଜୁଲାଇକୁ ସିନେମାଘରେ ରିଲିଜ ହେବ । ଏହି ମାସ ଆରମ୍ଭରେ ହ୍ରିତିକ ମନ୍ତବ୍ୟ ଦେଇଥିଲେଯେ କୌଣସି ବିବାଦରେ ସେ ଫସିବାକୁ ଚାହାଁନ୍ତି ନାହିଁ, ତେଣୁ ସେ ରିଲିଜ ଡେଟ ଘୁଂଚାଇ ଦେଇଛନ୍ତି । ଅବଶ୍ୟ ଫିଲ୍ମ କେବେ ରିଲିଜ ହେବ ଏହାର ସୂଚନା ସେ ଦେଇନଥିଲେ । ହ୍ରିତିକଙ୍କ ଏହି ମନ୍ତବ୍ୟ ପୂର୍ବରୁ କଙ୍ଗନାଙ୍କ ଫିଲ୍ମ ‘ମେଂଟାଲ ହୈ କ୍ୟା’ ରିଲିଜ ଡେଟକୁ ଆଗକୁ ବଢାଇ ୨୬ ଜୁଲାଇ ରଖାଯାଇଥିଲା । ତେବେ ଏହାକୁ ନେଇ ନିର୍ମାତା ଏକତା କପୂର କହିଛନ୍ତିଯେ ତାରିଖ ଘୁଂଚିବାର କାରଣ ପଛରେ ହ୍ରିତିକ ଏବଂ କଙ୍ଗନାଙ୍କ ବିବାଦ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More