Only for Entertainment

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଜାବେଦ ଅଖତରଙ୍କ କଡା ଜବାବ, କହିଲେ ଇମ୍ରାନ ଫୋପାଡିଛନ୍ତି ‘ନୋ ବଲ’ !

82

କଶ୍ମୀରରେ ହୋଇଥିବା ପୁଲବାମା ଆତଙ୍କୀ ହମଲା ପରେ ଦେଶରେ ପାକିସ୍ତାନ ସହ ଜଡିତ ସମସ୍ତ ଆଦାନ ପ୍ରଦାନକୁ ବନ୍ଦ କରିଦିଆଯିବାର ପ୍ରୟାସ ଚାଲିଛି । ସେହିଭଳି ସବୁଥର ଭଳି ଏଥର ମଧ୍ୟ ପାକିସ୍ତାନ କହିଛି ଏଥିରେ ପାକିସ୍ତାନର କୌଣସି ହାତ ନାହିଁ ଏବଂ ଯଦି ହାତ ଅଛି ଭାବୁଛ ତେବେ ପ୍ରମାଣ ଦେଖାଅ । ଏବେ ଏହାପରେ ଜାବେଦ ଅଖତର ଟ୍ୱିଟ କରି ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ କଡା ଜବାବ ଦେଇଛନ୍ତି ।

ନିକଟରେ ଇମରାନ ଖାନ କହିଥିଲେ ଯେ ଭାରତକୁ ଆକ୍ରମଣ କରିବାରେ ପାକିସ୍ତାନର କୌଣସି ହାତ ନାହିଁ, ଯଦି ହାତ ଥିବା ପ୍ରମାଣ ମିଳେ ତେବେ ସେମାନେ ଦୋଷୀଙ୍କୁ କଠିନ ଦଣ୍ଡ ଦେବେ ।

ଏବେ ଜାବେଦ ଅଖତର ଟ୍ୱିଟ କରି କହିଛନ୍ତି , ଯେତେବେଳେ ମୁମ୍ବାଇରେ ହମଲା ହୋଇଥିଲା ଜଣେ ପାକିସ୍ତାନୀ ଟିଭି ଆଙ୍କର କହିଥିଲେ ଆପଣ କିଭଳି କହିପାରିବେ ଯେ ପାକିସ୍ତାନ ଏହି ହମଲା କରାଇଛି, ଯେମିତିକି ହମଲା ତ କେହି ବି କରିଥିବେ । ସେତେବେଳେ ସେ ଚଏସ ଦେଇଥିଲେ ଏବଂ କହିଥିଲେ ଯେ ଏହାମଧ୍ୟରୁ କୌଣସି ଗୋଟିଏ ଜାଗା ବାଛ । ପ୍ରଥମେ –ବ୍ରାଜିଲ , ୨ୟ- ସ୍ୱୀଡେନ, ୩ୟ- ପାକିସ୍ତାନ । ଏଠାରେ ଆମେ କହି ରଖୁଛୁ ଯେ ଜାବେଦ ଅଖତରଙ୍କ ଏହି ଟ୍ୱିଟ ଖୁବ ଭାଇରାଲ ହେବାରେ ଲାଗିଛି ।

କିଛି ଦିନ ତଳେ ଜାବେଦ ଅଖତର ଏବଂ ଶବାନା ଆଜମୀ ପାକିସ୍ତାନର କରାଚିରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇଥାଆନ୍ତେ ମାତ୍ର ପୁଲୱାମା ଆତଙ୍କୀ ହମଲା କାରଣରୁ ଯିବା ପାଇଁ ମନା କରିଦେଇଥିଲେ । କେବଳ ସେତିକି ନୁହେଁ ଦେଶରେ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନ କଳାକାରଙ୍କୁ ବ୍ୟାନ କରାଯିବା ପ୍ରୟାସ ଜାରି ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More