Only for Entertainment

ଗୁଗଲ ସର୍ଚ୍ଚରେ ଟଏଲେଟ ପେପର ଜାଗାରେ ପାକିସ୍ତାନ ପତାକା !

34

ଗୁଗଲ ମଙ୍ଗଳବାର କହିଛନ୍ତି ତାଙ୍କୁ ଏହି ବିଷୟର କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ ଯେ ତାଙ୍କ ସର୍ଚ୍ଚ ଇଂଜିନ ‘ଦୁନିଆର ସବୁଠାରୁ ଭଲ ଟଏଲେଟ ପେପର’, ‘ସବୁଠାରୁ ଭଲ ଚୀନ ନିର୍ମିତ ଟଏଲେଟ ପେପର’, ଅଥବା ‘ଟଏଲେଟ ପେପର’ଖୋଜିଲେ ପାକିସ୍ତାନୀ ପତାକା ଦେଖାଉଛି ।

ପ୍ରବକ୍ତା କହିଛନ୍ତି ଯେ ଅନେକ ସମାଚାର ଆଉଟଲେଟ ମିମ ୱେବସାଇଟର ଏକ ପୂରୁଣା ସ୍କ୍ରିନ ସଟ ବିଷୟରେ ଲେଖିଛନ୍ତି , ଯାହା ୟୁଜର ଇଂଟରଫେଓ ସହ ଅସଙ୍ଗତ ଅଟେ ଏବଂ ଏହା ୨୦୧୭ର ଘଟଣା ଅଟେ । ଏପର୍ଯ୍ୟନ୍ତ ଏହାର କୌଣସି ସ୍ପଷ୍ଟ ପ୍ରମାଣ ମିଳି ପାରିନାହିଁ ।

ଅନେକ ମିଡିଆ ରିପୋର୍ଟରେ ଖବର ସାମ୍ନାକୁ ଆସିଥିଲା ଯେ ୧୪ଫେବୃୟାରୀରେ ଜମ୍ମୁ ଏବଂ କାଶ୍ମୀରର ପୁଲବାମା ହମଲା ପରେ ଗୁଗଲରେ ଟଏଲେଟ ପେପର ସର୍ଚ୍ଚ କଲେ ପାକିସ୍ତାନ ପତାକା ଦେଖାଉଛି । ସର୍ଚ୍ଚ ରିଜଲ୍ଟର ସ୍କ୍ରିନ ସଟ ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ଫେସବୁକ ଭଳି ଅନେକ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ଏହାପୂର୍ବରୁ ଗୁଗଲ ସର୍ଚ୍ଚ ଇଂଜିନରେ ଫେକୁ, ପପୁ ଏବଂ ଇଡିଅଟ ସର୍ଚ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ନଜର ଆସେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More