Only for Entertainment

ଶ୍ରୀନଗର ଅଭିମୁଖେ ଯାଉଥିବା ବସ୍‌ ଯାତ୍ରା ଆରମ୍ଭ କରିବା ପୂର୍ବରୁ ହୋଇ ଯାଇଥିଲା ଛୁଟି ମଞ୍ଜୁର,ପୁଲ୍‌ଓ୍ଵାମା ଆକ୍ରମଣରୁ ଅଳ୍ପକେ ବର୍ତ୍ତିଥିବା ଯବାନଙ୍କ କାହାଣୀ

indiatimes
34

ପୁଲଓ୍ଵାମା ଆକ୍ରମଣ ପରେ ସେ ଦିନର ହୃଦୟ ଥରାଇବା ଭଳି ଦୃଶ୍ୟ ଦେଖିଥିବା ଯବାନଙ୍କ ବୟାନ ଏବେ ସାମ୍ନାକୁ ଆସିବାରେ ଲାଗିଛି । ହଠାତ୍‌ କିଭଳି ଜୋରରେ ଶବ୍ଦ କରି ଚାରି ଆଡ଼ ଧୁଆଁ ପାଲଟି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ୪୦ଜଣ ଯବାନ ସହିଦ୍‌ ହୋଇ ଯାଇଥିଲେ । ସେ ସବୁକୁ ମନେ ପକାଇ ଏବେ ପ୍ରତିଶୋଧର ନିଆଁରେ ଜଳୁଛନ୍ତି ଭାରତୀୟ ଯବାନ । ଏ ମଧ୍ୟରେ ଠାକା ବେଲ୍‌କର ନାମକ ଜଣେ ଯବାନ କିପରି ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ, ସେ ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଠାକାଙ୍କ ବିବାହ ଫେବୃଆରୀ ୨୪ରେ ହେବାକୁ ଥିବା ବେଳେ ସେ ଛୁଟି ପାଇଁ ଆବେଦନ କରିଥିଲେ । କିନ୍ତୁ ଶ୍ରୀନଗର ଯିବା ପର୍ଯ୍ୟନ୍ତ ତାଙ୍କ ଛୁଟି ଆବେଦନ ପତ୍ରକୁ ମଞ୍ଜୁରି ମିଳି ନଥିଲା । ଯାହା ପାଇଁ ସେ ଅନ୍ୟ ଯବାନମାନଙ୍କ ସହ ଶ୍ରୀନଗର ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବସ୍‌ରେ ବସିବା ପରେ ତାଙ୍କୁ ଛୁଟି ମଞ୍ଜୁର ହୋଇ ଯାଇଥିବା ଖବର ମିଳିଥିଲା । ଯାହା ପାଇଁ ସେ ବସ୍‌ରୁ ଓହ୍ଲାଇ ନିଜ ସାଥୀ ଯବାନମାନଙ୍କୁ ବିଦାୟ ଦେଇଥିଲେ । ଘରେ ପହଞ୍ଚିବା ପରେ ଠାକା ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଜାଣିବାକୁ ପାଇଥିଲେ ।

ଠାକାଙ୍କ ଭାଇଙ୍କ କହିବା ଅନୁଯାୟୀ, ସେ ପୁଲଓ୍ଵାମା ଘଟଣା ବିଷୟରେ ଜାଣିବା ପରେ କାହା ସହ କଥା ହୋଇ ନାହାନ୍ତି । ବିବାହର ଖୁସି ମନାଇବେ ନା ସହିଦ୍‌ ଯବାନଙ୍କ ପାଇଁ ଦୁଃଖପ୍ରକାଶ କରିବେ ତାହା ସ୍ଥିିର କରି ପାରୁ ନାହାନ୍ତି । ଏହି ଘଟଣା ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଥିବା କହିଛନ୍ତି ଠାକାଙ୍କ ଭାଇ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More