Only for Entertainment

ଯେତେବେଳେ ମୋତେ ଲାଗିଲା ମୁଁ ପଡିଯିବି, ସେହିସମୟରେ ସୈଫ ମୋ ହାତ ଧରିଥିଲେ: କରୀନା କପୂର !

22

ବଲିଉଡ ଅଭିନେତ୍ରୀ କରୀନା ବଲିଉଡର ସବୁଠାରୁ କ୍ୟୁଟ ଅଭିନେତ୍ରୀ ରୂପେ ପରିଚିତ । କରୀନାଙ୍କ ସହ ତାଙ୍କ ପୁଅ ତୈମୁର ମଧ୍ୟ ଖୁବ ଚର୍ଚ୍ଚିତ । କରୀନା ସୈଫ ଏବଂ ତୈମୁର ସବୁବେଳେ ମିଡିଆରେ ଚର୍ଚ୍ଚାରେ ରହିଥାଆନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିବା ତାଙ୍କର ଦୁଇଟି ଦଶକ ହୋଇଗଲାଣି । ସେ ନିଜର ଏକ ଭିନ୍ନ ପରିଚୟ ବନାଇଛନ୍ତି । ଏକ ଫେସବୁକ ପୋଷ୍ଟରେ କରୀନା ନିଜ ସ୍ୱାମୀ ସୈଫଙ୍କର ପ୍ରଶଂସା କରିଛନ୍ତି ।

କରୀନା କହିଛନ୍ତି ଯେ କିଭଳି ସୈଫ ତାଙ୍କୁ ସାହାରା ଦେଇଥିଲେ ଯେତେବେଳେ କି ସେ ନିଜ ଜୀବନର ସଂଘର୍ଷମୟ ଜୀବନ କାଟୁଥିଲେ । କରୀନା ଲେଖିଛନ୍ତି ଯେ ସେ ଖୁବ ଖୁସି କାରଣ ତାଙ୍କ ପାଖରେ ତାଙ୍କୁ ଭଲ ପାଉଥିବା ଲୋକ ଅଛନ୍ତି । ସେମାନେ ତାଙ୍କୁ ସବୁବେଳେ ସପୋର୍ଟ କରନ୍ତି । ଯେତେବେଳେ ତାଙ୍କୁ ଲାଗିଲା ସେ ପଡିଯିବେ ତାଙ୍କୁ ସେହି ସମୟରେ ସୈଫ ଧରିଥିଲେ । କରୀନାଙ୍କ କହିବା ମୁତାବକ ସୈଫଙ୍କ ସହ ଅନେକ ଥର ଭେଟ ହୋଇଛି ମାତ୍ର ଯେତେବେଳେ ସେ ଟଶନ ଫିଲ୍ମର ସୁଟିଂ କରୁଥିଲେ ତାଙ୍କର ଭଲ ପାଇବା ଜନ୍ମ ହୋଇଥିଲା ସୈଫଙ୍କ ପାଇଁ ।

କରୀନା ଏଭଳି ମଧ୍ୟ କହିଛନ୍ତି ଯେ ଟଶନ ଫିଲ୍ମ ସମୟରେ କିଭଳି ଦୂୁହେଁ ସୁନ୍ଦର ସମୟ ବିତାଇଥିଲେ । ତାଙ୍କର ୨ଟି ଛୁଆ , ସେ କରୀନାଙ୍କ ଠାରୁ ୧୦ବର୍ଷ ବଡ ଅଟନ୍ତି , କିନ୍ତୁ ତାଙ୍କ ପାଇଁ କେବଳ ସୈଫ ବୋଲି କହିଛନ୍ତି କରୀନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More