କେରଳର ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଚାଉଳ ବସ୍ତା ବୋହିଲେ ଦୁଇ ଆଇଏଏସ୍ ଅଫିସର, ଫଟୋ ଭାଇରାଲ ।
କେରଳ ଉପୁଜିଥିବା ବନ୍ୟା ପରିସ୍ଥିତି ଏବେ ବିନାଶକାରୀ ରୂପ ନେବାରେ ଲାଗିଛି । ବର୍ଷା ଜନିତ ବନ୍ୟାରେ ଏଯାବତ୍ ୧୦୦ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳ ୧୦୦ବର୍ଷ ଇତିହାସରେ କେରଳରେ ଏପରି ଭୟାନକ ପରିସ୍ଥିତି ଉପୁଜି ନଥିବା ଜଣାପଡ଼ିଛି। ପାଣିପାଗ ବିଭାଗ ତରଫରୁ କେରଳର ୧୪ଟି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଉଥିବା ଦେଖା ଯାଇଛି ।
ଏଭଳି ପରିସ୍ଥିତିରେ ଦୁଇ ଜଣ ଆଇଏଏସ୍ ଅଧିକାରୀଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଫଟୋରେ ଦୁଇ ଆଇଏଏସ୍ ଅଧିକାରୀ ଟ୍ରକ୍ରୁ ଚାଉଳ ବସ୍ତାକୁ କାନ୍ଧରେ ବୋହି ଆଣୁଥିବା ଦେଖା ଯାଇଛି । ଟ୍ରକ୍ରୁ ଚାଉଳ ବସ୍ତା ନେଇ ସେ ସହାୟତା କ୍ୟାମ୍ପରେ ପହଞ୍ଚାଉଥିବା ଦେଖା ଯାଇଛି ।
Setting an example! G Rajamanikyam IAS & NSK Umesh IAS Sub-Collector, Wayanad unloading rice bags at Collectorate, Wayanad for distribution to Relief Camps. Joined hands with other employees, at around 9.30 pm unload a vehicle full of rice bags. pic.twitter.com/xaBqTSMrH4
— IAS Association (@IASassociation) August 14, 2018
ସୂଚନା ମୁତାବକ, ଗୁରୁବାର ରାତି ୯.୩୦ରେ ଏକ ଟ୍ରକ୍ ରିଲିଫ୍ ସାମଗ୍ରୀ ନେଇ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲା । କିନ୍ତୁ ରାତି ହୋଇ ଯାଇଥିବାରୁ ଅଫିସରେ କମ୍ ଲୋକ ଉପସ୍ଥିତ ରହିଥିଲେ । କର୍ମଚାରୀ କମ ଥିବା ଦେଖି ଦୁଇ ଆଇଏଏସ୍ ଅଧିକାରୀ ନିଜେ ଟ୍ରକ୍ରୁ ଚାଉଳ ଆଣି ଭିତରେ ରଖିଥିଲେ । ଯାହା ଦ୍ୱାରା ଶୀଘ୍ର ଲୋକମାନଙ୍କ ପାଖରେ ସାହାଯ୍ୟ ପହଞ୍ଚିପାରିବ । ଏହି ସମୟରେ କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଦୁଇ ଆଇଏଏସ୍ ଅଧିକାରୀଙ୍କୁ ପ୍ରଶଂସା କରାଯାଇଥିବା ଦେଖା ଯାଇଛି ।