Only for Entertainment

ଜାଣନ୍ତୁ କେଉଁ କାରଣରୁ ଘରେ କିମ୍ବା ଦୋକାନରେ ଲଙ୍କା ଲେମ୍ବୁ ଓହଳା ଯାଇଥାଏ !

yuvaada
0 84

ଅନେକ ସମୟରେ ଦେଖିଛୁ ଯେ ଦୋକାନ, ଘର ଏବଂ କାର୍ଯ୍ୟାଳୟର ବାହାରେ ଲେମ୍ବୁ ସହ ଲଙ୍କା ଓହଳା ଯାଇଥାଏ । ଏପରି ମାନ୍ୟତା ରହିଛି ଯେ ଘରେ ଲେମ୍ବୁ ଲଙ୍କା ଓହଳାଇବା ଦ୍ୱାରା କୁଦୃଷ୍ଟି ପଡେ ନାହିଁ । କୁହାଯାଏ ଯେ ଲେମ୍ବୁ ଏବଂ ଲଙ୍କାର କଟୁ ସ୍ୱାଦ ଖରାପ ନଜର ବ୍ୟକ୍ତିଙ୍କର ଏକାଗ୍ରତାକୁ ଭଙ୍ଗ କରି ଦେଇଥାଏ । ଏହି କାରଣରୁ ବ୍ୟକ୍ତି ଘର ଏବଂ ଦୋକାନ ଅଧିକ ସମୟ ପର୍ଯ୍ୟନ୍ତ ଦେଖି ପାରନ୍ତି ନାହିଁ ।

ସେହିପରି ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଲେମ୍ବୁ ଏବଂ ଲଙ୍କାକୁ ଦେଖିଲେ ଏହାର ସ୍ୱାଦ ଅନୁଭବ ହୋଇଥାଏ ଯେଉଁକାରଣରୁ ଅଧିକ ସମୟ ପର୍ଯ୍ୟନ୍ତ ଏହାକୁ ଦେଖି ନ ପାରି ଏହା ଉପରୁ ଧ୍ୟାନ ହଟାଇ ଦିଅନ୍ତି ।
ଏହାସହ ମାନ୍ୟତା ରହିଛି ଯେ ଲେମ୍ବୁ ଏବଂ ଲଙ୍କାରେ କୀଟନାଶକ ଗୁଣ ରହିଛି ଯାହାଦ୍ୱାରା ଏହାକୁ ଓହଳାଇବାରୁ ଆଖପାଖ ବାତାବରଣ ଶୁଦ୍ଧ ରହିଥାଏ । ଏହାଛଡା ଆଖପାଖରେ ରହିଥିବା ନକରାତ୍ମକ ଶକ୍ତିକୁ ନିୟନ୍ତ୍ରଣ ରଖିଥାଏ ଏବଂ ବାତାବରଣରେ ସକାରାତ୍ମ୍କ ଶକ୍ତିର ସଂଚାର ହୋଇଥାଏ ।

ତେଣୁ ବାସ୍ତୁ ଅନୁସାରେ ଯେଉଁ ଘର ଉପରେ ଲେମ୍ବୁ ଗଛ ରହିଥାଏ ସେହି ଘର ୁପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡି ନଥାଏ ଏବଂ ଘରେ ସୁଖ ଶାନ୍ତିର ବାତାବାରଣ ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More