Only for Entertainment

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ କଂଚା କଦଳୀ ପକୋଡା

anishrecipes
0 76

ସାମଗ୍ରୀ-

ବେସନ- ୨୧୫ ଗ୍ରାମ
ଚାଉଲ ଚୁନା- ୫୦ ଗ୍ରାମ
ଲଙ୍କା ଗୁଣ୍ଡ- ଅଧ ଚାମଚ
ବେକିଙ୍ଗ ସୋଢା- ଅଧା ଚାମଚ
ଲୁଣ- ୧ ଚାମଚ
ପାଣି- ୩୫୦ ମିଲି
କଂଚା କଦଳୀ- ୩ଟି
ତେଲ- ଛାଣିବା ପାଇଁ

ପ୍ରଣାଳୀ-

– ପ୍ରଥମେ ଏକ ବାଉଲରେ କଂଚା କଦଳୀକୁ ଛାଡି ସମସ୍ତ ସାମଗ୍ରୀ ପକାଇ ଭଲଭାବେ ମିଶାଇ ଦିଅନ୍ତୁ ।

– ଏହାପରେ ଧୀରେ ଧୀରେ ପାଣି ପକାଇ ଏକ ଗାଢ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।

– ବର୍ତ୍ତମାନ କଂଚା କଦଳୀକୁ କାଟି ଏହାକୁ ପାଣିରେ ଭିଜାଇ ରଖନ୍ତୁ । ଭିଜାଇବା ଫଳରେ ଏହାର ରଙ୍ଗ ପରିବର୍ତ୍ତନ ହୋଇନଥାଏ ।

– କଦଳୀକୁ ପାଣିରୁ ବାହାର କରି କପଡାରେ ପାଣିକୁ ପେଛି ଦିଅନ୍ତୁ ।

– ଏହାପରେ ଏକ କଢେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ କଦଳୀକୁ ମିଶ୍ରଣରେ ବୁଡାଇ ତେଲରେ ଗେଲଡେନ ହେବା ପର୍ଯ୍ୟନ୍ତ ଛାଣନ୍ତୁ ।

– କଂଚା କଦଳୀ ପକୋଡା ପ୍ରସ୍ତୁତ ହୋଇଗଲା ଏହାକୁ ଗରମ ଗରମ ସର୍ଭ କରନ୍ତୁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More