Only for Entertainment

ଧନିଆପତ୍ର ଚିକେନର ପ୍ରସ୍ତୁତି ପ୍ରଣାଳୀ ।

The Splendid Table
0 17

ଚିକେନ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ପ୍ରତି ରବିବାର ଦିନ ଯଦି ଚିକେନରେ କିଛି ଭିନ୍ନ ଡିସ ପ୍ରସ୍ତୁତ କରାଯାଏ,ତେବେ କେମିତି ହେବ । ନିହାତି ଭାବରେ ଖାଇବାର ଇଛା ଦ୍ୱିଗୁଣିତ ହୋଇଯିବ । ତେବେ ଆଜି ମଧ୍ୟ ରବିବାର ଏବଂ ଆଜି ଘରେ ପ୍ରସ୍ତୁତ କରନ୍ତୁ ଧନିଆପତ୍ର ଚିକେନ । ଆସନ୍ତୁ ଆଲୋଚନା କରିବା ଏହାର ପ୍ରସ୍ତୁତି ବିଷୟରେ ।

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଗୋଟା ଗୋଲ ମରିଚ, ଅଦା ରସୁଣ ପେଷ୍ଟ୍‌, ଦହି, ଗୋଲ ମରିଚ ପାଉଡର, ଲୁଣ, ଗରମ ମସଲା, କଟା ପିଆଜ, ହଳଦୀ ଗୁଣ୍ଡ, ଧନିଆ ପତ୍ର ଓ କଞ୍ଚା ଲଙ୍କା ବଟା, ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ତା’ପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ।

ତେଲ ଗରମ ହେଲା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ଅଦା-ରସୁଣ ପେଷ୍ଟ୍‌, ଗରମ ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ, ଗୋଟା ଗୋଲ ମରିଚ, ଗୋଲ ମରିଚ ପାଉଡର ପକାନ୍ତୁ ଓ କଷନ୍ତୁ। ଅଳ୍ପ ପାଣି ମଧ୍ୟ ପକାଇ ପାରିବେ।

ମସଲା କଷି ହୋଇଯିବା ପରେ ସେଥିରେ ଚିକେନ୍‌ ପକାନ୍ତୁ। ଚିକେନ୍‌କୁ ମସଲାରେ ଭଲ ଭାବେ ଗୋଳେଇ ଦିଅନ୍ତୁ। ଏବେ ସ୍ୱାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ କଡ଼େଇକୁ ଢାଙ୍କି ଦିଅନ୍ତୁ। ମଝିରେ ମଝିରେ ଢାଙ୍କୁଣୀ କାଢ଼ି ଦେଖୁ ଥଆନ୍ତୁ। ଚିକେନ୍‌ରୁ ପାଣି ମରି ଯିବା ପରେ ଏହାକୁ ଅଳ୍ପ ସମୟ କଷନ୍ତୁ। ମାଂସ ଯଦି ସିଝି ଯାଇଥିବ, ତା’ହେଲେ ଆଉ ସେଥିରେ ପାଣି ଦିଅନ୍ତୁ ନାହିଁ।

ଏବେ ସେଥିରେ ଧନିଆପତ୍ର ଓ କଞ୍ଚାଲଙ୍କା ବଟା ପକାନ୍ତୁ। ଏହାପରେ ବସା ଦହି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ଅଳ୍ପ ସମୟ ଚୁଲିରେ ବସାନ୍ତୁ।

ଏବେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଧନିଆପତ୍ର ଚିକେନ୍‌। ଆପଣ ଚାହିଁଲେ ସଜେଇବା ପାଇଁ ଏହା ଉପରେ ଧନିଆ ପତ୍ର ମଧ୍ୟ ପକାଇ ପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More