Only for Entertainment

ଜାଣନ୍ତୁ ଦୁନିଆର ସବୁଠାରୁ ବଡ ଗୁମ୍ଫା ସମ୍ପର୍କରେ କିଛି ଅଜଣା କଥା ।

riccardofranchini
0 77

ପ୍ରକୃତିରେ ଏପରି ଅନେକ ସ୍ଥାନ ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆପଣମାନେ ଅନେକ ଗୁମ୍ଫା ଦେଖିଥିବେ, କିନ୍ତୁ ଦୁନିଆରେ ସବୁଠାରୁ ବଡ଼ ଏବଂ ଭୟାନକ ଗୁମ୍ଫା ଦେଖିବାର ସୁଯୋଗ ପାଇଛନ୍ତି କି ? ତେବେ ଆସନ୍ତୁ ଜାଣିବା ପୃଥିôବୀର ସବୁଠାରୁ ବଡ଼ ଗୁମ୍ଫା ବାବଦରେ କିଛି… ।

ଭିଏତନାମର ‘ସୁନ ଡୁଙ୍ଗ ଗୁମ୍ଫା’ ଦୁନିଆର ସବୁଠାରୁ ବଡ ଗୁମ୍ଫା ହୋଇଥିବାର ମାନ୍ୟତା ପାଇଛି । ଏହି ଗୁମ୍ଫାକୁ ହୋ ଖାନ ନାମକ ଜଣେ କୃଷକ ୯୦ ଦଶକରେ ଖୋଜି ପାଇଥିଲେ । ହେଲେ ସେ ପାଣିର ଭୟଙ୍କର ଗର୍ଜନ ଏବଂ ଅନ୍ଧାର କାରଣରୁ ଭକ୍ତ ଗୁମ୍ଫା ମଧ୍ୟକୁ ଯିବାକୁ ପ୍ରୟାସ କରିନଥିଲେ । ଏହି କାରଣରୁ ଏହି ଗୁମ୍ଫାର ରହସ୍ୟ ୨୦୦୯ ଯାଏ ଅର୍ଥାତ ଦୀର୍ଘ ୧୮ବର୍ଷ ଯାଏ ଲୋକଙ୍କ ନିକଟରେ ପହଞ୍ଚି ପାରିନଥିଲା ।

caves

୨୦୦୯ ମସିହାରେ ବ୍ରିଟିଶ ଗୁମ୍ଫା ଗବେଷଣା ସଂଘ ଏକ ଅଭିଯାନ ଚଳାଇ ଗୁମ୍ଫା ମଧ୍ୟର ଝଲକ ଦୁନିଆକୁ ଦେଖାଇଥିଲେ । ଏହି ଗୁମ୍ଫା ଭିୟତନାମର ପୂର୍ବ ସବୁ ଗୁମ୍ଫା ଠାରୁ ଆକାରରେ ୫ଗୁଣା ବଡ଼ ଥିଲାବେଳେ ୨୦୦୯ ପର୍ଯ୍ୟନ୍ତ ସବୁଠାରୁ ବଡ ଗୁମ୍ଫାର ମାନ୍ୟତା ହାସଲ କରିଥିବା ‘ଡିଆର କେଉଁ’ ଠାରୁ ୨ ଗୁଣା ବଡ଼ । ଏହି ଗୁମ୍ଫାର କିଛି ଉପର ଭାଗ ଭାଙ୍ଗିଯାଇଛି । ଏହା ମଧ୍ୟରେ ଏକ ଛୋଟ ଜଙ୍ଗଲ ମଧ୍ୟ ରହିଛି ।

son-doong

ଏହା ୫.୫ ମାଇଲ ଯାଏ ବ୍ୟାପ୍ତ ପୁରା ଗୁମ୍ଫାରେ ଏକ ନଦୀ ମଧ୍ୟ ବୋହୁଥିବା ଜଣାପଡିଛି । ଏହି ନଦୀ ଗୁମ୍ଫା ମଧ୍ୟରେ ଖୁବ ଗର୍ଜନ କରୁଛି, ଯେଉଁ କାରଣରୁ ସେଠାକୁ ଯିବାକୁ ଭୟ କରୁଥିବା ଜଣାପଡିଛି । ଗୁମ୍ଫାରୁ ୩୦୦ବର୍ଷ ପୁରୁଣା ଏକ ଜୀବାଶ୍ମ ମିଳିଥିôବା ସୂତ୍ରରୁ ପ୍ରକାଶ ।

cave

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More