Only for Entertainment

ଆସନ୍ତା କାଲି ଦୃଶ୍ୟମାନ ହେବ ରକ୍ତ ଚନ୍ଦ୍ର ।

Otago Daily Times
0 68

ଆସନ୍ତା କାଲି ଶୁକ୍ରବାର, ପୂର୍ଣ୍ଣମୀ ରାତିରେ ଆକାଶରେ ଦେଖାଦେବ ଏକ ବିରଳ ମହାଜାଗତିକ ଦୃଶ୍ୟ। ବିଶ୍ୱବାସୀ ଦେଖିବେ ଚଳିତ ଶତାବ୍ଦୀର ସବୁଠାରୁ ଦୀର୍ଘ ସମୟ ପାଇଁ ହେବାକୁ ଥିବା ଚନ୍ଦ୍ର ଗ୍ରହଣ। ଏହି ମହାଜାଗତିକ ଦୃଶ୍ୟକୁ ଅବଲୋକନ କରିବା ପାଇଁ ଏବେଠାରୁ ବିଶ୍ୱବ୍ୟାପୀ ଆରମ୍ଭ ହୋଇଗଲାଣି ଅବଗଣନା। ବିଶ୍ୱବାସୀ ଦେଖିବେ ବିରଳ ଲୋହିତ (ଲାଲ) ଚନ୍ଦ୍ର। ସୂର୍ୟ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଗୋଟିଏ ସରଳରେଖାରେ ଅବସ୍ଥାନ କରୁଥିବା ପରିପ୍ରେକ୍ଷୀରେ ମହାକାଶରେ ଦୃଶ୍ୟମାନ ହେବ ଏହି ବିରଳ ମହାଜାଗତିକ ଦୃଶ୍ୟ। ସୂର୍ୟ୍ୟଙ୍କର ପ୍ରଖର କିରଣ ଚନ୍ଦ୍ର ଉପରେ ସିଧାସଳଖ ପଡ଼ିବା କାରଣରୁ ଚନ୍ଦ୍ର ଧାରଣ କରିବ ଲୋହିତ ବର୍ଣ୍ଣ। ଚନ୍ଦ୍ରର ଏହି ବିରଳ ବର୍ଣ୍ଣକୁ କେହି କେହି ‘ଲୋହିତ ଚନ୍ଦ୍ର’ କହୁଥିବା ବେଳେ ଆଉ କେହି ‘ରକ୍ତ ଚନ୍ଦ୍ର’ ମଧ୍ୟ କହିଥାନ୍ତି। ଜୁଲାଇ ୧୩ ତାରିଖରେ ବିଶ୍ୱବାସୀ ଏକ ଆଂଶିକ ସୂର୍ୟ୍ୟ ପରାଗ ଦେଖିଥିବା ବେଳେ ଜୁଲାଇ ୨୭ରେ ଦେଖିବେ ଏହି ବିରଳ ଏବଂ ସଂପୂର୍ଣ୍ଣ ଚନ୍ଦ୍ର ଗ୍ରହଣ। ଏହାପରେ ଜୁଲାଇ ୩୧ ତାରଖରେ ଚନ୍ଦ୍ର ହେବ ପୃଥିବୀର ସବୁଠାରୁ ନିକଟତର।

blood-moon1

ଏହି ମହାଜାଗତିକ ଦୃଶ୍ୟ ବା ଚନ୍ଦ୍ର ଗ୍ରହଣ କାଳରେ ଭାରତ ସଂପୂର୍ଣ୍ଣ ମଧ୍ୟବର୍ତ୍ତୀ ସ୍ଥାନରେ ରହୁଥିବା କାରଣରୁ ସମଗ୍ର ଭାରତରେ ଏହି ବିରଳ ମହାଜାଗତିକ ଦୃଶ୍ୟ ବା ଚନ୍ଦ୍ର ଗ୍ରହଣ ସବୁଠାରେ ପରିଲକ୍ଷିତ ହେବ ବୋଲି କହିଛନ୍ତି ମହାକାଶ ବିଜ୍ଞାନୀ ଅଜୟ ତଲଓ୍ଵାର। ଦୀର୍ଘ ୧ ଘଣ୍ଟା ୪୫ ମିନିଟ ପାଇଁ ଦେଖାଯିବ ଏହି ବିରଳ ମହାଜାଗତିକ ଦୃଶ୍ୟ। ଅର୍ଥାତ ଗ୍ରହଣ ଆରମ୍ଭରୁ ପୂର୍ଣ୍ଣ ମୋକ୍ଷ ପର୍ୟ୍ୟନ୍ତ ଏହି ଚନ୍ଦ୍ର ଗ୍ରହଣର ଅବଧି ରହିବ ଦୀର୍ଘ ୧ ଘଣ୍ଟା ୪୫ ମିନିଟ। ତେବେ, ମୌସୁମୀର ମେଘାଚ୍ଛନ୍ନ ଓ ବାବଲ ଢ଼ଙ୍କା ଆକାଶରେ ଦେଶବାସୀ ଏହି ବିରଳ ମହାଜାଗତିକ ଦୃଶ୍ୟକୁ କେତେ ପରିମାଣରେ ଦେଖିବାରେ ସକ୍ଷମ ହେଉଛନ୍ତି, ତାହା କେବଳ ମାତ୍ର ସମୟ ହିଁ କହିପରିବ। ତେବେ, ଏହି ବିରଳ ମହାଜାଗତିକ ଦୃଶ୍ୟ ବେଶ ଲମ୍ବା ସମୟ ପାଇଁ, ଅର୍ଥାତ ୧ ଘଣ୍ଟା ୪୫ ମିନିଟ ପାଇଁ ଦେଖାଦେବାକୁ ଥିବାରୁ ଏହାକୁ ସମସ୍ତ ଦେଶବାସୀ ଦେଖିପାରିବେ ବୋଲି କହିଛନ୍ତି, ମହାକାଶ ବିଜ୍ଞାନୀ ଅଜୟ ତଲଓ୍ଵାର।

ବିରଳ ଚନ୍ଦ୍ର ଗ୍ରହଣ ସମଗ୍ର ୟୁରୋପ, ଆଫ୍ରିକା, ଏସିଆ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆମେରିକାରେ ଦେଖାଯିବ। ଭାରତରେ ଏହି ବିରଳ ଚନ୍ଦ୍ର ଗ୍ରହଣ ରାତି ୧୧ଟା ୫୪ ମିନିଟ (ଭାରତୀୟ ସମୟ)ରୁ ଆରମ୍ଭ ହେବ ବୋଲି କହିଛନ୍ତି ମହାକାଶ ବିଜ୍ଞାନୀ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More