Only for Entertainment

ରାଜନୀତିରେ ପ୍ରବେଶ କରିବେ ଧକ ଧକ ଗର୍ଲ ମାଧୁରୀ ଦିକ୍ଷୀତ?

aajtak
22

ଜନପ୍ରିୟ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ୨୦୧୯ ଲୋକସଭା ନିର୍ବାଚନ ଲଢିବା ପାଇଁ ବିଚାର କରୁଛନ୍ତି ।ଭାଜପା ଅଧ୍ୟକ୍ଷ ଅମିତ ଶାହ ଏହି ବର୍ଷ ଜୁନରେ ମାଧୁରୀ ଦିକ୍ଷିତଙ୍କୁ ମୁ୍ମ୍ବାଇ ସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ ।ଅମିତ ଶାହ ସେହି ସମୟରେ ପାର୍ଟିର ‘ସଂପର୍କ ଫର ସମର୍ଥନ’ ଅଭିଯାନ ପାଇଁ ମୁମ୍ବାଇ ଯାଇଥିଲେ ।

ସେହି ସମୟରେ ଶାହ ଅଭିନେତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପଲବ୍ଧି ବିଷୟରେ ଅବଗତ କରାଇଲେ । ରାଜ୍ୟରେ ଜଣେ ବରିଷ୍ଠ ନେତା ମଙ୍ଗଳବାରକୁ କହିଲେଯେ ମାଧୁରୀ ଦିକ୍ଷୀତଙ୍କ ନାମ ପୁଣେ ଲୋକସଭା ସିଟ ପାଇଁ ଚୟନ କରାଯାଇଛି ।ସେ ଏହା ମଧ୍ୟ କହିଲେଯେ ପାର୍ଟି ୨୦୧୯ ସାଧାରଣ ନିର୍ବାଚନରେ ମାଧୁରୀଙ୍କୁ ଆଶାୟୀ ପ୍ରାର୍ଥୀ କରିବା ପାଇଁ ବିଚାର କରୁଛି ।ମାଧୁରୀଙ୍କ ପାଇଁ ପୁଣେ ଲୋକସଭା ସିଟ ଉପଯୁକ୍ତ ହେବ ବୋଲି ସେ କହିଛନ୍ତି ।ତାଙ୍କ ନାମକୁ ନେଇ ଗମ୍ଭୀର ଭାବରେ ବିଚାର କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More