Only for Entertainment

ମହାରାଷ୍ଟ୍ର ସିଏମ୍ ଦେବେନ୍ଦ୍ର ଫଡନାବିସଙ୍କ ପତ୍ନୀ ଝିଅ ସହ କଲେ ଦୀପିକାଙ୍କ ଗୀତରେ ଡ୍ୟାନ୍ସ, ଭାଇରାଲ ହେଲା ଭିଡିଓ ।

insta pic of amruta fadnavis
36

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ପତ୍ନୀ ଅମୃତା ଫଡନାବିସଙ୍କ ଏ କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅମୃତା ଝିଅ ଦିବିଜାଙ୍କ ସହିତ ଦୀପିକା ପାଦୁକୋନଙ୍କ ଗୀତ ‘ମେଁ ଦିୱାନୀ ହୋ ଗଇ…’ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଅମୃତା ନିଜ ଫେସବୁକ ଏବଂ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଅମୃତା ଏବଂ ଦିବିଜା ଏକ ପ୍ରକାର ଡିଜାଇନର ଡ୍ରେସ ପିନ୍ଧି ମସ୍ତିଭରା ଅନ୍ଦାଜରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

 

 

ଭିଡିଓ ସେୟାର କରି ଅମୃତା ଲେଖିଥିଲେ, ଫ୍ୟାମିଲି ୱେଡିଂ ସଙ୍ଗୀତ ଝିଅ ଦିବିଜା ସହିତ ଡ୍ୟାନ୍ସ କରି ଖୁବ ଭଲ ଲାଗିଲା । ଅମୃତା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି ଏବଂ ନିଜ ଫଟୋ ସେୟାର କରିଥାନ୍ତି ।

 

ଅମୃତାଙ୍କ ବିଷୟରେ କହିବାକୁ ଗଲେ ସେ ଫିଲ୍ମ ‘ଜୟ ଗଙ୍ଗାଜଳ’ରେ ଭଜନ ଗାଇଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଅମୃତା ଅମିତାଭ ବଚ୍ଚନଙ୍କ ସହିତ ମଧ୍ୟ ଏଗ ଗୀତରେ ପର୍ଫମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More