Only for Entertainment

ମେକ ଅପ ବ୍ରଶ ପାଇଁ ବର୍ଷକୁ ବଳି ପଡ଼ନ୍ତି ୫୦ ହଜାର ନେଉଳ ।

youtube
55

କଳାକାର ନିଜ ମେକଅପ ହେଉ ବା ଚିତ୍ରକଳା ପାଇଁ ବ୍ରଶ ଉପଯୋଗ କରନ୍ତି । ତାହା କୌଣସି ସାମାନ୍ୟ ପଦାର୍ଥ ନୁହେଁ ବରଂ ନେଉଳଙ୍କ କେଶରେ ହୋଇଥାଏ । ବ୍ରଶ ତିଆରି ପାଇଁ ଏହି କେଶକୁ ପାଇବା ପାଇଁ ବର୍ଷକୁ ପ୍ରାୟ ୫୦ ହଜାର ନେଉଳଙ୍କୁ ବଳି ଚଢାଇ ଦେଉଛନ୍ତି । ୱାଇଲଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋ ଅନୁସାରେ ଏହା ଅପରାଧ ଅଟେ । ୨୦୧୮ରେ ନେଉଳକୁ ମାରୁଥିବା ଲୋକଙ୍କ ପର୍ଦ୍ଦାଫାଶ କରିଥିଲା ଏହି ବ୍ୟୁରୋ ।

୩୦ ସେପ୍ଟେମ୍ବରକୁ ଏହି ୱାଇଲଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋ ଏବଂ ଉତ୍ତର ପ୍ରଦେଶ ବନ ବିଭାଗ ମିଶି ବିଜନୌର ଜିଲ୍ଲାର ଶେରକୋର ଗାଁରେ ପ୍ରତି ଘର ଏବଂ ଫ୍ୟାକ୍ଟ୍ରିରେ ଚଢାଉ କରିଥିଲେ,ଯେଉଁଠାରୁ ମେକ ଅପ ବ୍ରଶ ଏବଂ ନେଉଳଙ୍କ କେଶ ଜବତ ହୋଇଥିଲା । ଏହି ସମୟରେ ଜଣାଗଲାଯେ ୨୦ ହଜାରରୁ ଅଧିକ ନେଉଳଙ୍କୁ ହତ୍ୟା କରାଯାଇଛି । ଏତେ ମାତ୍ରାରେ ନେଉଳଙ୍କ କେଶ ଏବଂ ବ୍ରଶ ଦେଖି ବନବିଭାଗ ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ତିଆରି ହୋଇଥିବା ବ୍ରଶର ମୂଲ୍ୟ ୩ ଟଙ୍କାରୁ ୧୦୦ ଟଙ୍କା । ୧୦ ଡିସେମ୍ବରକୁ ଦେଶର ୨୩ଟି ସ୍ଥାନରେ ଚଢାଉ କରାଯାଇଥିଲା । ଏହା ଦ୍ୱାରା ପ୍ରଚୁର ମାତ୍ରାରେ ନେଉଳ କେଶ ଏବଂ ବ୍ରଶ ଜବତ କରାଗଲା । ଅଧିକାରୀଙ୍କ କହିବା ଅନୁସାରେ ନେଉଳ କେଶ ଏୟାରପୋର୍ଟରେ ଯାଂଚ ହେବା ବେଳେ ଧରା ପଡ଼େ ନାହିଁ ଯେଉଁ କାରଣରୁ ସାରା ଦେଶରେ ଏହା ସପ୍ଲାଇ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More