Only for Entertainment

ମଟନ ମସଲା ପ୍ରସ୍ତୁତି ପ୍ରଣାଳୀ

HungryForever
42

ଆବଶ୍ୟକ ସାମଗ୍ରୀ

ମଟନ – ୫୦୦ ଗ୍ରାମ, ତେଲ – ଆବଶ୍ୟକ ପରିମାଣରେ, କଟା ପିଆଜ – ୩ଟି, ତେଜପତ୍ର – ୩ଟି, ଗୋଟା ଜିରା, ଧନିଆ, ଡ଼ାଲଚିନି, ବଡ଼ ଅଳେଇଚ, ଗୁଜୁରାତି, ଜାଇତ୍ରି ଫଳ, ଲୁଣ – ଆବଶ୍ୟକ ପରିମାଣରେ, ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ,, ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ, ଜିରା ଗୁଣ୍ଡ – ଆବଶ୍ୟକ ପରିମାଣରେ, ଧନିଆ ଗୁଣ୍ଡ – ଆବଶ୍ୟକ ପରିମାଣରେ, ଦହି – ୨ ଚାମଚ
ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମଟନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଗୋଟା ଜିରା, ଧନିଆ, ଡ଼ାଲଚିନି, ବଡ଼ ଅଳେଇଚ, ଗୁଜୁରାତି, ଜାଇତ୍ରି ଫଳରେ ଅଳ୍ପ ପାଣି ଦେଇ ଏହାକୁ ପେଷି ଦିଅନ୍ତୁ। ଏହା ପରେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଗୋଟା ତେଜପତ୍ର, କଟା ପିଆଜ ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ଏଥିରେ ମଟନ, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏଥିରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ପକାଇ ଗୋଳାନ୍ତୁ। ଏବେ ଏଥିରେ ଦହି, ପେଷିଥିବା ମସଲା ପକାଇ ଗୋଳାଇ ୨୦ ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଗୋଟା ଜିରା, ଧନିଆ, ଡ଼ାଲଚିନି, ବଡ଼ ଅଳେଇଚ, ଗୁଜୁରାତି, ଜାଇତ୍ରି ଫଳ ପକାଇ କିଛି ପାଣି ଦେଇ ୧୦ ମନିଟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ମଟନ ମସଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More