Only for Entertainment

ଖରାପ ମୁଡ୍‌କୁ ଠିକ୍‌ କରିବା ପାଇଁ ଆପଣାନ୍ତୁ କେତେକ ସହଜ ଉପାୟ

you tube
59

ଦିନର ଆରମ୍ଭ ଭଲ ଭାବେ ନ ହେଲେ ସାରା ଦିନ ବେକାର ହୋଇଯାଏ। ନ ଚାହିଲେ ମଧ୍ୟ ସାରା ଦିନ ଚାପରେ ରହିବାକୁ ପଡ଼ିଥାଏ। ଯାହା କିଛି କଲେ ବିରକ୍ତ ଲାଗେ। ଯଦି ଆପଣଙ୍କ ସାଥୀରେ ମଧ୍ୟ ଏମିତି କିଛି ହେଉଛି, ତେବେ କେତେକ ସହଜ ଉପାୟ ଅବଲମ୍ବନ କରନ୍ତୁ। ଏହାକୁ ଆପଣାଇଲା ପରେ ଆପଣଙ୍କ ମୁଡ୍‌ ଠିକ୍‌ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି।

କଥା ଧରନ୍ତୁ ନାହିଁ
ଯଦି ଅଫିସ୍‌ରେ ଆପଣଙ୍କ ବସ୍‌ କିଛି କହିଲେ କିମ୍ବା କୌଣସି ସହକର୍ମୀ ଆପଣଙ୍କୁ ଭଲ ବ୍ୟବହାର କରୁନାହାନ୍ତି, ତେବେ ଏହାକୁ ଧରନ୍ତୁ ନାହିଁ। ଯେକୌଣସି ପରିସ୍ଥିତି ସୃଷ୍ଟି ହେଉ ନା କାହିଁକି ସେଥିପ୍ରତି ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।

ନିଜକୁ ଦୋଷ ଦିଅନ୍ତୁ ନାହିଁ
ଅନେକ ସମୟରେ ଦେଖାଯାଏ ସମସ୍ୟା ଆସିଲେ କେତେକ ବ୍ୟକ୍ତି ନିଜକୁ ଦୋଷ ଦେବା ଆରମ୍ଭ କରନ୍ତି। ଯଦି ଆପଣ ମଧ୍ୟ ଏପରି କରୁଛନ୍ତି, ତେବେ ଏହା ନିହାତି ଭାବେ ଭୁଲ୍‌। ନିଜକୁ ଦୋଷ ଦେବା ବଦଳରେ ଥଣ୍ଡା ମୁଣ୍ଡରେ ଚିନ୍ତା କରନ୍ତୁ ସମସ୍ୟା ଆସିବାର କାରଣ କ’ଣ।

ସକାରାତ୍ମକ ବ୍ୟବହାର ପ୍ରଦର୍ଶନ କରନ୍ତୁ
କୌଣସି ବି ପରିସ୍ଥିତି ଆସୁ ନା କାହିଁକି ସବୁବେଳେ ସକାରାତ୍ମକ ବ୍ୟବହାର ପ୍ରଦର୍ଶନ କରନ୍ତୁ। ଯଦି ଆପଣଙ୍କ ମନ ଭଲ ନାହିଁ, ତେବେ ନିଜର ନିକଟତର ବନ୍ଧୁଙ୍କୁ ଭେଟନ୍ତୁ। କିଛି ସମୟ ବାହାରେ ବୁଲିବାକୁ ଯାଆନ୍ତୁ। ଯେଉଁ କାମ ଆପଣଙ୍କୁ ଖୁସି ଦେଉଛି, ସେଭଳି କିଛି କାମ କରନ୍ତୁ।

ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ
ଯଦି ଆପଣଙ୍କ ମୁଡ୍‌ ଖରାପ ଅଛି, ତେବେ କୌଣସି ବି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। କାରଣ ସେହି ସମୟରେ ଆପଣଙ୍କର ନିଷ୍ପତ୍ତି ନେବା କ୍ଷମତା କମ୍‌ ହୋଇଯାଇଥାଏ। କେଉଁଟା ଠିକ୍‌ କେଉଁଟା ଭୂଲ୍‌ ଆପଣଙ୍କ ମସ୍ତିଷ୍କ ଠିକ୍‌ କରିପାରି ନ ଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More