Only for Entertainment

ମିଳିଲା ନିପା ଭାଇରସର ଔଷଧ ।

Nagpur Today
0 33

ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି ନିପା ଭାଇରସ । ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ, ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ,ସଭିଙ୍କ ମନରେ କୋକୂଆ ଭୟ ସୃଷ୍ଟି କରିଛି ଏହି ନିପା ଭାଇରସ । ଏହି ଭାଇରସର ଶିକାର ହୋଇ ଏଯାବତ୍ ୧୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଆଉ ଏବେବି ହଜାର ହଜାର ସଂଖ୍ୟକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବଡ କଥା ହେଲା କି, ଏହି ଭାଇରସକୁ ଲଢିବା ପାଇଁ ଏଯାବାତ୍ କୌଣସି ବି ଔଷଧ ବାହାରି ପାରିନି କେବଳ ସଚେତନତା ହିଁ ଏହି ରୋଗରୁ ବଂଚିବାର ଏକମାତ୍ର ନିରାକରଣ । କିନ୍ତୁ ଏବେ ଆଉ ଏହି ଭାଇରସ କାରଣରୁ କାହାର ଜୀବନ ଯିବ ନାହିଁ, କେହି ବି ନିପା ଭାଇରସରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରିବେ ନାହିଁ । କାରଣ ଏହି ଭାଇରସକୁ ଲଢିବା ପାଇଁ ଏବେ ରାମବାଣ ଔଷଧ ବାହାର କରିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଦଳ । ଆଜ୍ଞା ହଁ ! ଏବେ ନିପା ଭାଇରସକୁ ରୋକା ଯାଇପାରିବ । ତେବେ କିପରି ଆସନ୍ତୁ ଜାଣିବା…..

Indian Homeopathic Medical Association ନିପା ଭାଇରସର ମୁକାବିଲା ପାଇଁ ବିଶ୍ୱର ପ୍ରଥମ ଔଷଧ ପ୍ରସ୍ତୁତ କରିଛନ୍ତି ।ଯଦିଓ ଏହି ଔଷଧ ସଂପର୍କରେ ଅଧିକ କିଛି ସୂଚନା ମିଳିପାରି ନାହିଁ ତେବେ ବର୍ତ୍ତମାନ ଏହି ଔଷଧର ପ୍ରାଥମିକ ପରୀକ୍ଷା ହେବାକୁ ଯାଉଛି ଏବଂ ସରକାରଙ୍କ ତରଫରୁ ବି ଏଥିପାଇଁ ଅନୁମତି ବି ମଗାଯାଇଛି । ଯଦି ଏହା ସଫଳ ହୋଇଯାଏ ତେବେ ନିପା ଭାଇରସକୁ ରୋକିବା ସହଜ ହୋଇପାରେ ବୋଲି ଡାକ୍ତରମାନେ ଆଶା ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More