Only for Entertainment

ଫଟୋ ଉଠାଇବାର ଅଛି ଏବଂ ପୂରା ଦୁନିଆ ବୁଲିବାର ଅଛି, ମାସକୁ ମିଳିବ ୨୨ଲକ୍ଷ ଟଙ୍କା !

41

ଯଦି କେହି କହିବେ ଆପଣଙ୍କୁ ପୂରା ଦୁନିଆ ବୁଲିବାକୁ ଏବଂ ଫଟୋ କ୍ୟାପଚର କରିବାକୁ ଏବଂ ଏହି କାମ କରିବାକୁ ଆପଣଙ୍କୁ ମାସକୁ ୨୨ଲକ୍ଷ ଟଙ୍କା ମିଳିବ । ଏହା ଶୁଣି ଆପଣ ନିଶ୍ଚୟ ହଁ କହିବେ । କାହିଁକି?

ମାଥିୟୂ ଲେପ୍ରେ ଅଷ୍ଟ୍ରେଲିଆରେ ବାସ କରୁଛନ୍ତି । ସେ କୋଟିପତି ଅଟନ୍ତି । ତାଙ୍କ ପର୍ସନାଲ ଆଷିଷ୍ଟାଂଟଙ୍କ ପାଇଁ ସେ ଏକ ମଜାଦାର ଚାକିରୀ ରଖିଛନ୍ତି । ଏହି ଚାକିରୀ ପାଇଁ ବ୍ୟକ୍ତିଙ୍କୁ ତାଙ୍କ ସହ ପୂରା ଦୁନିଆ ବୁଲିବା ପାଇଁ ମଉକା ମିଳିବ, ଏହାବ୍ୟତୀତ ୨୮୦୦୦ୟୁରୋ ପ୍ରତି ମାସରେ ଦରମା ମିଳିବ । ଯାହା ଭାରତୀୟ ମୁଦ୍ରାରେ ୨୨ଲକ୍ଷ ଟଙ୍କାରୁ ଅଧିକ ।

କାମ କ’ଣ କରିବାକୁ ପଡିବ ? ଏହି ପ୍ରଶ୍ନ ନିଶ୍ଚୟ ଆସୁଥିବ ଆପଣଙ୍କ ମନରେ । ଏଠାରେ କହି ରଖୁଛୁ ଯେ ଲେପ୍ରେ ଇକମ୍ ୱାରିଅର ଏଳାଡେମୀର ଫାଉଣ୍ଡର ଅଟନ୍ତି । ସେ ନିଜ ବ୍ୟବସାୟ ଏକା ସମ୍ଭାଳିଛନ୍ତି । ଏହି ପଦବୀ ପାଇଁ ବ୍ୟକ୍ତିଙ୍କୁ ଅନେକ ଫଟୋ କ୍ୟାପଚର କରିବାକୁ ପଡିବ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ପଡିବ ।

ଏପରିକି ଯେଉଁ ବ୍ୟକ୍ତିଙ୍କୁ ଏହି ଚାକିରୀ ମିଳିବ ତାଙ୍କୁ ଟ୍ରାଭେଲ ଖର୍ଚ୍ଚ ମଧ୍ୟ ଲେପ୍ରେ ଦେବେ । ସେ କହିଛନ୍ତି ଯେ ଅନେକ ବର୍ଷ ହେବ ଏକା ଏହି ବ୍ୟବସାୟକୁ ସମ୍ଭାଳିଛନ୍ତି । ତାଙ୍କ ଫଟୋ ତାଙ୍କୁ ବନ୍ଧୁ କ୍ୟାପଚର କରନ୍ତି । ଏବେ ତାଙ୍କୁ ତାଙ୍କର ପର୍ସନାଲ ଫଟୋଗ୍ରାଫରର ସନ୍ଧାନ ରହିଛି । ଯାହା ପାଇଁ ସେ ଏହି ପଦବୀ ରଖିଛନ୍ତି । ଏଥିରେ ଖାଇବା ଠାରୁ ବୁଲିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବେ ଲେପ୍ରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More