ରାତ୍ରଭୋଜନରେ ପ୍ରସ୍ତୁତ କରନ୍ତୁ ମେଥି ପଲଉ ।
ବଜାରରେ ଭରପୂର ପରିମାଣରେ ମେଥି ଶାଗ ଉପଲବ୍ଧ ରହିଥାଏ, ଆପଣ ମେଥି ଶାଗକୁ ପ୍ରସ୍ତୁତ କରିଥିବେ ନିଶ୍ଚୟ ମାତ୍ର ଏହାକୁ ବ୍ୟବହାର କରି ପଲଉ ମଧ୍ୟ ପ୍ରସ୍ତୁତ କରିପାରିବେ । ଆସନ୍ତୁ ଜାଣିବା ମେଥି ଶାଗର ସାହାଯ୍ୟରେ ପ୍ରସ୍ତୁତ ହେଉଥିବା ପଲଉର ବିଦ୍ଧି –
ଆବଶ୍ୟକୀୟ ସାମଗ୍ରୀ :-
ଚାଉଳ – ୨୦୦ଗ୍ରାମ
ମେଥି ଶାଗ :- ୨୦୦ଗ୍ରାମ
ଘିଅ :- ୨ ଚାମଚ
ଜୀରା :- ଅଧ ଚାମଚ
ଲବଙ୍ଗ :- ୫ଟି
ଗୋଲମରିଚ :- ୧୦
ଗୁଜୁରାତି :- ୨ଟି
ଡାଲଚିନି
କଂଚା ଲଙ୍କା :- ୨ଟି
ଅଦା ରସୁଣ ପେଷ୍ଟ :- ୧ଚାମଚ
ମଟର :- ୧/୨କପ
ଶିମଲା ମିର୍ଚ :- ୧
ଲୁଣ ସ୍ୱାଦନୁସାରେ
ବିଦ୍ଧି :-
ପ୍ରଥମେ ଚାଉଳକୁ ୩୦ମିନିଟ ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ, ଏହାପରେ ପ୍ରେସର କୁକରରେ କିଛି ଘିଅ ଗରମ କରନ୍ତୁ ଏବଂ ଏହାପରେ ଏଥିରେ ଜୀରା, ଗୋଲମରିଚ, ଗୁଜୁରାତି, ଲବଙ୍ଗ ଏବଂ ଡାଲଚିନି ପାଉଡର ପକାନ୍ତୁ । ୧ମିନିଟ ପର୍ଯ୍ୟନ୍ତ ଏହି ମିଶ୍ରଣକୁ ଗୋଳାନ୍ତୁ ଏବଂ ଏଥିରେ କଂଚା ଲଙ୍କା, ମଟର, ଶିମଲା ଲଙ୍କା ଏବଂ ଅଦା ରସୁଣ ପେଷ୍ଟ ପକାନ୍ତୁ । ସମସ୍ତ ପରିବା ଭଲଭାବେ ସିଝି ଗଲା ପରେ ଏଥିରେ ମେଥି ପକାଇ କଷନ୍ତୁ । ଏହାପରେ ଏଥିରେ ଚାଉଳ, ଲୁଣ ଏବଂ ପାଣି ପକାଇ କୁକରରେ ଗୋଟେ ସିଟି ବାଜିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ବର୍ତ୍ତମାନ ମେଥି ପଲଉ ପ୍ରସ୍ତୁତ ହୋଇଗଲା । ଏହାକୁ ଗରମ ଗରମ ପରଷନ୍ତୁ ।