ବିଶ୍ୱ ସୁନ୍ଦରୀ ୨୦୧୮: ମେକ୍ସିକାନ ମଡେଲ ଭେନେସାଙ୍କୁ କ୍ରାଉନ ପିନ୍ଧାଇଲେ ମାନୁଷୀ ଛିଲର ।
ଚଳିତ ବର୍ଷର ବିଶ୍ୱ ସୁନ୍ଦରୀ ୨୦୧୮ ପ୍ରତିଯୋଗୀତାରେ ମେକ୍ସିକୋର ଭେନେସା ପୋନସେ ବିଜୟିନୀ ହୋଇଛନ୍ତି। ଚୀନ୍ର ସାନ୍ୟାଠାରେ ଚାଲିଥିବା ଏହି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭେନେସା ୧୧୮ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ତାଙ୍କୁ ବିଜୟ କ୍ରାଉନ୍ ଗତବର୍ଷର ମିସ୍ ୱାର୍ଲଡ ତଥା ଭାରତୀୟ ସୁନ୍ଦରୀ ମାନୁଷୀ ଛିଲର ପିନ୍ଧାଇଥିଲେ। ୨୬ ବର୍ଷୀୟ ଭେନେସା ପେଶାରେ ଜଣେ ମଡେଲ । ସେ ପ୍ରଥମ ମେକ୍ସିକାନ ଭାବେ ଏହି ଟାଇଟଲ ହାସଲ କରିଛନ୍ତି ।
ସେହିପରି ମିସ୍ ଥାଇଲ୍ୟାଣ୍ଡର ନିକୋଲେନ୍ ପିଶାପା ଲିମନୁସ୍କାନପ୍ରଥମ ରନର୍ସଅପ୍ ହୋଇଛନ୍ତି। ୨୦ ବର୍ଷ ବୟସ୍କ ନିରୋଲେନ ଜଣେ ବିଜନେସ ଆଡମିନିଷ୍ଟ୍ରେସନର ଛାତ୍ରୀ । ଭାରତରୁ ତାମିଲନାଡୁର ଅନୁକୃତି ବାସ ଚଳିତ ବର୍ଷ ମିସ୍ ୱାର୍ଲଡ ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ସେ ଟପ୍ ୩୦ରେ ରହିଥିଲେ ହେଁ ଚୂଡ଼ାନ୍ତ ୧୨ ଜଣିଆ ତାଲିକାର ବାଦ ପଡ଼ିଥିଲେ।