Only for Entertainment

ସାଙ୍ଗମାନଙ୍କ ସହିତ ଖେଳୁଥିବା ବେଳେ ବାଳକ ଉପରେ ଚଢିଗଲା କାର୍, ତା’ପରେ ହେଲା ଏହି ଚମତ୍କାର, ଦେଖନ୍ତୁ ଭଇରାଲ ଭିଡିଓ ।

ndtv
0 34

କଥାରେ କୁହାଯାଇଛି ରଖେ ହରି ମାରେ କିଏ । ଏହାର ପ୍ରମାଣ ନିକଟରେ ମୁମ୍ବାଇରେ ଦେଖିବାକୁ ମିଳିଛି । ମୁମ୍ବାଇରେ ଏପରି କିଛି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ପାର୍କିଂରେ ଛୁଆଟି ସାଙ୍ଗମାନଙ୍କ ସହିତ ଖେଳୁଥିବା ବେଳେ ଜଣେ ମହିଳା କାର ବାହାର କରି ୮ ବର୍ଷର ଛୁଆଟି ଉପରେ ଚଢାଇ ଦେଇ ପଳାଉଥିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଏହି ସିସିଟିଭି ଭିଡିଓର ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣା ୨୪ ସେପ୍ଟେମ୍ବର ସଂଧ୍ୟା ୭ରେ ମୁମ୍ବାଇର ଚେମ୍ବୁରରେ ଘଟିଥିଲା । ନିଶାରେ କାର ଚଲାଉଥିବା ଏହି ମହିଳାଙ୍କୁ ଡିନଡୋସୀ ପୋଲିସ ଗିରଫ କରିବା ପରେ ସେ ଏବେ ବେଲରେ ବାହାରକୁ ଆସିଛନ୍ତି । ମହିଳାଙ୍କ ନାମ ଶ୍ରଦ୍ଧା ଚନ୍ଦ୍ରାକର ଏବଂ ୮ ବର୍ଷର ବାଳକର ନାମ ରହେଶିଆ ମାଥୁର ବୋଲି କୁହାଯାଉଛି ।


ଭିଡିଓରେ କିଛି ପିଲା ଖେଳୁଥିବା ବେଳେ ରହେଶିଆ କାର ପାଖରେ ଜୋତା ଲେସ ବାନ୍ଧୁଥିବାର ଦେଖିବାକୁ ମିଳିଛି । ଏହାପରେ ମହିଳା ଜଣଙ୍କ ପିଲାଟି ଉପରେ କାର ଚଢାଇ ପାଳାଇଯାଆନ୍ତି । କାର ପଳାଇବା ପରେ ଛୁଆଟି ସେଠାରୁ ଉଠି ଦଉଡିବାକୁ ଲାଗିଥାଏ । ଏହା ପ୍ରଥମ ଘଟଣା ନୁହେଁ ଏହା ଆଗରୁ ମଧ୍ୟ ଏହି ପରି ଅନେକ ଘଟଣା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More